ଭୁବନେଶ୍ୱର ରୁ ଦେଓଘର (ଝାରଖଣ୍ଡ) ବିମାନସେବା ପାଇଁ ଦାବୀ
ଭାରତ ସରକାର ପୂର୍ବୋଦ୍ୱୟ ନିମନ୍ତେ ଚେଷ୍ଟିତ ଦେଖାଯାଏ।ଓଡ଼ିଶାର ପଡୋଶୀ ରାଜ୍ୟ ସମୁହକୁ ବିମାନ ଯାତ୍ରାର ସୁବିଧା ଉପଲବ୍ଧ। ଭୁବନେଶ୍ୱର ଏକ ମନ୍ଦିର ମାଳିନୀ ସହର ରୂପେ ନିଜର ପରିଚୟ ବଜାୟ ରଖିବା ଓ ପ୍ରତିଦିନ ବହୁ ତୀର୍ଥ ଯାତ୍ରୀ ଏହାର ସୌନ୍ଦର୍ଯ୍ୟ ଦର୍ଶନ ପାଇଁ ପରିଭ୍ରମଣ କରିଥାନ୍ତି। ଆଉ ମଧ୍ୟ ଅନେକ ଛାତ୍ର ଛାତ୍ରୀ ଉଚ୍ଚ ଶିକ୍ଷା ନିମନ୍ତେ ଓ ରୋଗ ନିରାକରଣ ପାଇଁ ମଧ୍ୟ ଆସିଥାନ୍ତି।ଦେଓଘର (ଝାରଖଣ୍ଡ) ସହର ବର୍ତ୍ତମାନ ଦିଲ୍ଲୀ, କଲିକତା ଓ ବାଙ୍ଗାଲୋର ପରି ସହରକୁ ପ୍ରତିଦିନ ବିମାନଯାତ୍ରା ସମ୍ଭବ ହୋଇପାରିଛି।
ବାଙ୍ଗାଲୋର ରୁ ଯାତ୍ରା କରୁଥିବା ବିମାନ ମାତ୍ର ଅଧ ଘଣ୍ଟା ପାଇଁ ଭୁବନେଶ୍ୱର ଠାରେ ଅବତରଣ କରାଇ ପୁନର୍ବାର ଯାତ୍ରୀ ମାନଙ୍କୁ ଦେଓଘର ନିମନ୍ତେ ଯାତ୍ରାର ସୁବିଧା ଯୋଗାଇ ଦେବାକୁ ସାମାଜିକ ମହିଳା କର୍ମୀ ଶ୍ରୀମତୀ ଗୀତାଞ୍ଜଳୀ ବିଶ୍ୱାଳ ନିବେଦନ କରିଛନ୍ତି।ପୂର୍ବରୁ ମାନ୍ୟବର ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ ଓ ମାନ୍ୟବର ସାଂସଦ ଅପରାଜୀତା ଷଡ଼ଙ୍ଗୀ ମହୋଦୟା ମଧ୍ୟ କେନ୍ଦ୍ର ରେ ଏହି ବିଷୟ କୁ ନେଇ ଦୃଷ୍ଟି ଆକର୍ଷଣ କରିଛନ୍ତି।
ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ବିମାନ ଯାତ୍ରାର ସୁବିଧାକୁ କେନ୍ଦ୍ରର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ତଥା ପ୍ରଧାନମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଅନୁରୋଧ ଜଣାଇଛନ୍ତି।
