ବେଆଇନ ପାର୍କିଂ କଲେ ଜେଲ ଯିବେ ଡ୍ରାଇଭର
ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ବେଆଇନ ପାର୍କିଂ କଲେ ଜେଲ ଯିବେ ଡ୍ରାଇଭର। ଗତ ୨୦ ମାସ ମଧ୍ୟରେ ରାଜ୍ୟରେ ବେଆଇନ ପାର୍କିଂ ଯୋଗୁଁ ୭୫୯ ଟି ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ୩୪୫ ଜଣଙ୍କର ଜୀବନ ଯାଇଛି ।ଭାରତୀୟ ନ୍ୟାୟ ସଂହିତାର ଦଫା ୧୦୫ ହେଉଛି କୌଣସି ଉଦ୍ଦେଶ୍ୟ ନଥାଇ କୌଣସି ବ୍ୟକ୍ତିର ନିର୍ଦ୍ଧିଷ୍ଟ କାର୍ଯ୍ୟ ଦ୍ୱାରା ଅନ୍ୟ ବ୍ୟକ୍ତିର ମୃତ୍ୟୁ ହେବା। ବିଏନଏସ ଦଫା ୧୦୫ ରେ ୫ ବର୍ଷରୁ ଆଜୀବନ ଜେଲଦଣ୍ଡର ବ୍ୟବସ୍ଥା ରହିଛି । ତେଣୁ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ବେଆଇନ ପାର୍କିଂ କରୁଥିଲେ ଏବେ ଠୁ ସାବଧାନ ହୋଇ ଯାଆନ୍ତୁ ।
