ରାଜ୍ୟ

ଢେଙ୍କାନାଳ ପ୍ରସିଦ୍ଧ ମା’ ଗଜଲକ୍ଷ୍ମୀଙ୍କ ଭସାଣି ଉତ୍ସବ

Spread the love

ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ବହୁତ ଧୂମଧାମ ରେ ପାଳନ କରାଯାଏ | ରାଜରାଜୁଡ଼ା ସମୟରୁ ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କର ପୂଜା ହୋଇଆସୁଛି । ତେବେ ଚଳିତ ବର୍ଷ ବାତ୍ୟା କିଛି ମାତ୍ରାରେ ବାଧକ ସାଜିଥିଲେ ମଧ୍ୟ ଶାନ୍ତି ଶୃଙ୍ଖଳାର ସହିତ ଶେଷ ହୋଇଥିଲା ଏହି ପୂଜା । ଆସନ୍ତାକାଲି  ଭସାଣି ଉତ୍ସବ ମଉଡମଣୀ ମିନା ବଜାରରୁ ସକାଳ ୯ଟା ଠାରୁ ଆରମ୍ଭ ହୋଇ ରାତି ୧୦ଟା ୩୦ରେ ମା’ଙ୍କ ବିସର୍ଜନ କରିଥିଲେ ।  ପରେ ଅନ୍ୟ ସମସ୍ତ ବଜାର ପକ୍ଷରୁ ରାତ୍ର ପ୍ରାୟ ୨ଟା ପର୍ଯ୍ୟନ୍ତ ମା’ଙ୍କୁ ବିସର୍ଜନ ଚାଲିଥିଲା ।ଭସାଣି ଉତ୍ସବ ଦେଖିବା ପାଇଁ ପ୍ରବଳ ଜନ ସମାଗମ ହୋଇଥିଲା । ମା’ଙ୍କୁ କାଠଖଙ୍ଖ, କୁଞ୍ଜକାନ୍ତ ପୋଖରୀ, ସିମିଳିଆ ପୋଖରୀ, ଜେଲ ପୋଖରୀ, ଯାଉଁଳୀ ପୋଖରୀ ଠାରେ ବିସର୍ଜନ କରାଯାଇଥିଲା  ଜିଲ୍ଲା ପ୍ରଶାସନ, ପୋଲିସ୍ ପ୍ରଶାସନ, ମିଳିତ ପୂଜା କମିଟିର କର୍ମକର୍ତ୍ତା ମାନେ ଏକାଠି ହୋଇ ସଭା ସମିତି କରି ପୂଜାକୁ ଅଧିକରୁ ଅଧିକ ଆକର୍ଷଣୀୟ ଓ ଶାନ୍ତି , ଶୃଙ୍ଖଳା ସହ ପାଳନ କରିଥିଲେ ।

Leave a Reply

Your email address will not be published. Required fields are marked *