ପୋଲିସ ଉପରକୁ ଗୁଳି ଚଲାଇଲା ଯୁବକ
ବନ୍ଧୁକ ଧରି ଛାତ ଉପରେ ୩ ଘଣ୍ଟା ପର୍ଯନ୍ତ ଉତ୍ପାତ ହେଲେ ଯୁବକ ଜଣକ । ପୋଲିସ ବାରମ୍ବାର ଆତ୍ମସର୍ମପଣ କରିବାକୁ କହୁଥିବା ବେଳେ କିଛି ଶୁଣିନଥିଲେ ଯୁବକ । ଓଲଟି ପୋଲିସକୁ ଚାଲେଞ୍ଜ କରୁଥିଲେ । ଆଉ ପୋଲିସ ଉପରକୁ ଗୁଳି ଚାଳନା ମଧ୍ୟ କରିଥିଲେ । ବୀରବଲ ସାଓ ଏବଂ ତାଙ୍କ ଭାଇ ବିହାରୀ ସାଓ ମଧ୍ୟରେ ପାରିବାରିକ ବିବାଦ ଚାଲିଥିଲା । ପରିବାରରେ ହୋଇଥିବା ଝଗଡା ବିଷୟରେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ପୋଲିସ ପହଞ୍ଚିବା ବେଳେ ବୀରବଲ ସାଓଙ୍କ ପୁଅ ଶଙ୍କର କୁମାର ହଠାତ୍ ପୋଲିସ ଉପରକୁ ଗୁଳି ଚଳାଇଥିଲେ ।ପରେ ପୋଲିସ ଫୋର୍ସ ଆସି ୩ ଘଣ୍ଟାର ପରିଶ୍ରମ କରି ଶଙ୍କରକୁ ଧରି ପାରିନଥିଲା ।
ଏହି ମାମଲାରେ ପୋଲିସ ଶଙ୍କରର ବାପା ବୀରବଲକୁ ଗିରଫ କରିଛି । ପୋଲିସ ଗିରଫ କରିବା ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଶଙ୍କରକୁ ଧରିବା ପାଇଁ ପୋଲିସ କଡା ସୁରକ୍ଷା କରିଛି ।
