ବାପା ହେଲେ ସାଉଥ ସୁପରଷ୍ଟାର ରାମ ଚରଣ
ଫ୍ୟାନ୍ସଙ୍କୁ ଖୁସି ଖବର ଦେଲେ ରାମ ଚରମ। ବାପା ହେଲେ ସାଉଥ ସୁପରଷ୍ଟାର ରାମ ଚରଣ।ବିବାହର ୧୧ ବର୍ଷ ପରେ ରାମଚରଣ ଓ ଉପାସନାଙ୍କ ଘରକୁ ଆସିଛନ୍ତି ଲକ୍ଷ୍ମୀ। ଯାହାପରେ ରାମ ଚରଣଙ୍କ ଘରେ ଆରମ୍ଭ ହୋଇଯାଇଛି ଉତ୍ସବ। ତେବେ ରାମଚରଣ ଏବଂ ଉପାସନାଙ୍କ କନ୍ୟା ସନ୍ତାନ ପରେ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି। ପତ୍ନୀ ଉପାସନା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ହାଇଦ୍ରାବାଦ ସ୍ଥିତ ଆପୋଲୋ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ଉଭୟ ମା ଓ ପିଲା ସୁସ୍ଥ ଥିବା ମେଡିକାଲ କକ୍ଷରୁ କୁହାଯାଇଛି।ଉଭୟଙ୍କର ଏହା ପ୍ରଥମ ସନ୍ତାନ। ୨୦୧୨ ଜୁନ୍ ୧୪ରେ ସାଉଥ ସୁପରଷ୍ଟାର ରାମରଚଣ ଓ ଉପାସନା ବିବାହ କରିଥିଲେ। ରାମଚରଣ ସାଉଥ ଇଣ୍ଡଷ୍ଟ୍ରିରେ ଜଣେ ସଫଳ ଅଭିନେତା ତଥା ମେଗାଷ୍ଟାର ଚିରଞ୍ଜିବୀଙ୍କ ପୁଅ।
