ରାଜ୍ୟ

ରାତିରେ ଧାନ ଚୋରି କରି ନେଉଥିବା ବେଳେ କାବୁ କଲେ ଗ୍ରାମବାସୀ

Spread the love

ବରଗଡ଼ ଜିଲ୍ଲା ଅତାବିରା ଥାନା ଗୌଡଟିକ୍ରା ଓ ସହରାଟିକ୍ରା ଗାଁର ଘଟଣା । ଗାଁର ଜଣେ ଚାଷୀ ଖଳାରେ ଧାନ ଶୁଖାଇ ମଣ୍ଡିକୁ ନେବା ପାଇଁ ବସ୍ତାରେ ବାନ୍ଧି ରଖିଥିଲେ । ବିଳମ୍ବିତ ରାତିରେ କିଛି ଚୋର ଧାନ ଚୋରି କରି ନେଇଯାଇଥିଲେ । ଚୋର ମାନେ ଏକ ମିନି ଟ୍ରକରେ ଧାନବସ୍ତା ଭର୍ତ୍ତି କରୁଥିବା ବେଳେ ଗାଁଲୋକଙ୍କ ହାତରେ ଧରାପଡିଛନ୍ତି । ଅଭିଯୁକ୍ତଙ୍କ ମଧ୍ୟରେ ୪ ଜଣ ନାବାଳକ ରହିଛନ୍ତି । ସମସ୍ତ ଅଭିଯୁକ୍ତ ସମ୍ବଲପୁର ଯୁଯୁମରା ଅଞ୍ଚଳର ହୋଇଥିବା ସୂଚନା ମିଳିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *