ଦେଶ ବିଦେଶ

ଗ୍ୟାସ୍ ଟ୍ୟାଙ୍କର ବିସ୍ଫୋରଣ ୧୧ ମୃତ

Spread the love

ଜୟପୁରର ଭାଙ୍କରୋଟାସ୍ଥିତ ଏକ ପେଟ୍ରୋଲ ପମ୍ପ ନିକଟରେ ଆଜି ଏକ ଗ୍ୟାସ୍‌ ଟ୍ୟାଙ୍କର ବିସ୍ଫୋରଣ ହେବା ପରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି।  ସକାଳ ସାଢ଼େ ୫ଟାରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଦୁର୍ଘଟଣାସ୍ଥଳର ୩୦୦ ମିଟର ପରିଧି ଭିତରେ ସବୁକିଛି ଜଳିଯାଇଛି।  ନିଆଁକୁ ଆୟତ୍ତ କରିବା ପାଇଁ ୨୨ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା  ଏବଂ ୪  ଘଣ୍ଟାର ପ୍ରୟାସ ପରେ ନିଆଁକୁ ଆୟତ୍ତ କରାଯାଇଥିଲା।ଏହି ଅଗ୍ନିକାଣ୍ଡରେ ଏକ ଗାଡ଼ି ଭର୍ତ୍ତି ଗୋଦାମ ମଧ୍ୟ ଜଳି ଯାଇଛି।  ଏହି ସମୟରେ ଉକ୍ତ ରାସ୍ତା ଦେଇ ଯାଉଥିବା ଏକ  ବସ୍‌ରେ ମଧ୍ୟ ନିଆଁ ଲାଗିଯାଇଥିଲା।  ଯାତ୍ରୀମାନେ ତୁରନ୍ତ ଓହ୍ଲାଇ ନିଜ ଜୀବନ ବଞ୍ଚାଇଥିଲେ ମଧ୍ୟ ୨୦ରୁ ଅଧିକ ବସ୍‌ଯାତ୍ରୀ ଗୁରୁତର  ଆହତ ହୋଇଛନ୍ତି।  ଅଗ୍ନିଶମ ବାହିନୀ, ସିଭିଲ ଡିଫେନ୍ସ ପୁଲିସ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଗାଡ଼ିରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଇଥିଲା।୪୦ରୁ ଅଧିକ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୮ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡ ଯୋଗୁଁ ଜୟପୁର ଏକ୍ସପ୍ରେସ ହାଇୱେ ସମ୍ପୂର୍ଣ୍ଣ ଅବରୋଧ ହୋଇଯାଇଛି ।

Leave a Reply

Your email address will not be published. Required fields are marked *