ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପରଲୋକ
ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜାତୀୟ ଲୋକଦଳ (ଆଇଏନ୍ଏଲ୍ଡି) ନେତା ଓମ୍ ପ୍ରକାଶ ଚୌତାଲାଙ୍କର ଶୁକ୍ରବାର ୮୯ ବର୍ଷ ବୟସରେ ଗୁରୁଗ୍ରାମସ୍ଥିତ ତାଙ୍କ ବାସଭବନରେ ପରଲୋକ ଘଟିଛି। ୭ ଥର ବିଧାୟକ ହୋଇଥିବା ଚୌତାଲା ୧୯୮୯ ଡିସେମ୍ବରରୁ ୫ ଥର ଏବଂ ୧୯୯୯ରୁ ୨୦୦୫ ପର୍ଯ୍ୟନ୍ତ କ୍ରମାଗତ ୨ ଥର ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରି କହିଛନ୍ତି, ସେ ବହୁ ବର୍ଷ ଧରି ରାଜ୍ୟ ରାଜନୀତିରେ ସକ୍ରିୟ ଥିଲେ ଏବଂ ଦେବୀଲାଲଙ୍କ କାର୍ଯ୍ୟକୁ ଆଗକୁ ବଢ଼ାଇବା ପାଇଁ ନିରନ୍ତର ପ୍ରୟାସ କରିଥିଲେ।ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନୀ ଚୌତାଲାଙ୍କ ବିୟୋଗ ରାଜ୍ୟ ପାଇଁ ଅପୂରଣୀୟ କ୍ଷତି ବୋଲି କହିଛନ୍ତି। ସାରା ଜୀବନ ସେ ରାଜ୍ୟ ଓ ସମାଜର ସେବା କରିଥିଲେବୋଲି ସେ ଟ୍ବିଟ୍ କରିଛନ୍ତି। କଂଗ୍ରେସ ନେତା ଭୂପିନ୍ଦର ସିଂହ ହୁଦା ଏହାକୁ ବ୍ୟକ୍ତିଗତ କ୍ଷତି ବୋଲି କହିଛନ୍ତି। ସେ କହିଛନ୍ତି, ଚୌତାଲାଙ୍କ ବିୟୋଗରେ ହରିୟାଣା ରାଜ୍ୟ ଏବଂ ମୋତେ ବ୍ୟକ୍ତିଗତ ଭାବେ ବଡ଼ ଝଟକା ଲାଗିଛି।

