ହେମା ବି ହୋଇଥିଲେ କାଷ୍ଟିଂ କାଉଚ୍ର ଶିକାର, କହିଲେ- ନିର୍ମାତା ଚାହୁଁଥିଲେ ଶାଢୀର ପିନ୍ ଖୋଲିବାକୁ
ଡ୍ରିମ୍ ଗାର୍ଲ ଭାବରେ ଜଣାଶୁଣା ବଲିଉଡ ଅଭିନେତ୍ରୀ ହେମା ମାଲିନୀ। ପୁଣି ଥରେ ସତ୍ୟମ ଶିବମ୍ ସୁନ୍ଦରମ ଚଳଚ୍ଚିତ୍ର ପାଇଁ ଲାଇମଲାଇଟକୁ ଆସିଛନ୍ତି। କାରଣ ଅଭିନେତ୍ରୀ ହେମା ମାଳିନୀ ତାଙ୍କର ଏକ ସାକ୍ଷାତକାରରେ ଚଳଚ୍ଚିତ୍ରର ନିର୍ଦ୍ଦେଶକ ରାଜ କପୁରଙ୍କ ବିଷୟରେ ଖୁଲାସା କରିଛନ୍ତି। ଯାହା ବିଷୟରେ ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ। ହେମା କହିଛନ୍ତି ଯେ ରାଜ କପୁର ୧୯୭୮ରେ ମୁକ୍ତିଲାଭ କରିଥିବା ସତ୍ୟମ ଶିବମ ସୁନ୍ଦରମ ଚଳଚ୍ଚିତ୍ର ଅଫର କରିଥିଲେ। କିନ୍ତୁ ସେ ଏହି ଚଳଚ୍ଚିତ୍ରରେ କାମ କରିବାକୁ ମନା କରିଦେଇଥିଲେ। କାରଣ ରାଜ କପୁରଙ୍କର ଏକ ଅଦ୍ଭୁତ ଦାବି କରିଥିଲେ। ହେମା ତାଙ୍କ ସାକ୍ଷାତକାରରେ କହିଛନ୍ତି ଯେ ସତ୍ୟମ୍ ଶିବମ୍ ସୁନ୍ଦରମ୍ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜ କପୁର ଚାହୁଁଛନ୍ତି ଯେ ସେ ତାଙ୍କ ଶାଢୀର ପିନ୍ କାଢନ୍ତୁ। ଏହା ପଛର କାରଣ ହେଉଛି ଯେ ସେ ଚାହୁଁଥିଲେ ଯେ ଶୁଟିଂ ସମୟରେ ତାଙ୍କ ଶାଢୀର କାନୀ ଖସିଯାଉ। ଏହାକୁ ବର୍ଣ୍ଣନା କରି ହେମା ମାଲିନି କହିଛନ୍ତି ଯେ ସେମାନେ ଏହା ଚାହୁଁଥିଲେ । ହେମା ମାଳିନୀ ଏହା ମଧ୍ୟ କହିଛନ୍ତି ଯେ ରାଜ କପୁର କହିଥିଲେ ଯେ ଏହା ଏପରି ଏକ ଫିଲ୍ମ, ଯାହା ତୁମେ କରିବ ନାହିଁ, କିନ୍ତୁ ମୁଁ ଚାହେଁ ତୁମେ ଏହି ସିନେମାରେ କାମ କର। ଯେତେବେଳେ ଏହି ଚଳଚ୍ଚିତ୍ର ପାଇଁ ହେମା ମାଲିନିଙ୍କୁ ଅଫର୍ କରାଯାଇଥିଲା, ତାଙ୍କ ମା ମଧ୍ୟ ତାଙ୍କ ସାମ୍ନାରେ ଥିଲେ। ଏବଂ ସେ ଏହି ଚଳଚ୍ଚିତ୍ର ପାଇଁ ମୁଣ୍ଡ ହଲାଇ ମନା କରିବାକୁ ସୂଚାଇ ଦେଇଥିଲେ। ହେମା ମନା କରିବା ପରେ ଜିନେତା ଅମାନ ଏବଂ ଶଶି କପୁର ଏହି ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଯାହାକୁ ଦେଶର ସମସ୍ତ ଦର୍ଶକ ପସନ୍ଦ କରିଥିଲେ। ହେମା ମାଳିନୀ ତାଙ୍କ ସମୟର ସବୁଠାରୁ ସଫଳ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ସେ ସୀତା-ଗୀତା ଏବଂ ଶୋଲେ ସମେତ ଅନେକ ଚଳଚ୍ଚିତ୍ରରେ ଦମ୍ଦାର ଅଭିନୟ କରିଛନ୍ତି । ସେ ବର୍ଷେ ପୂର୍ବରୁ ଡ୍ରିମ୍ ଗାର୍ଲର ଟ୍ୟାଗ୍ ପାଇଥିଲେ ।
