ରାଜ୍ୟ

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍‌ ନେଇ ତଦନ୍ତ ଆରମ୍ଭ କରିଛି ପୁଲିସ

Spread the love

ଶ୍ରୀମନ୍ଦିର ମଧ୍ୟରେ ଚିତ୍ର ଓ ଭିଡିଓ ଉତ୍ତୋଳନ ସମ୍ପୂର୍ଣ୍ଣ ନିଷେଧ ଥିଲେ ହେଁ ଗତ ୧୨ ତାରିଖରେ ଗୌରବ କୁମାର ସାହୁ ନାମକ ଜଣେ ବ୍ୟକ୍ତି ନିଜ ସୋସିଆଲ ମିଡିଆ ସାଇଟ୍‌ରେ ଏହାକୁ ସେୟାର କରି ଭାଇରାଲ୍‌ କରିଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏ ସମ୍ପର୍କରେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଓ ଆରକ୍ଷୀ ଅଧୀକ୍ଷକ ବିନୀତ ଅଗ୍ରୱାଲ୍‌ଙ୍କ ସହ ଆଲୋଚନା କରିଛନ୍ତି। ଅଧିକ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ୍‌ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଥିବା ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ପୁନର୍ବାର ଶ୍ରୀମନ୍ଦିରର ସମସ୍ତ ସେବକ, ଅଧିକାରୀ ତଥା କର୍ମଚାରୀମାନେ ଶ୍ରୀମନ୍ଦିର ମଧ୍ୟକୁ ମୋବାଇଲ୍‌ ନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯିଏ ଏହାର ବ୍ୟତିକ୍ରମ କରିବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି। ଚିତ୍ର ଓ ଭିଡିଓ ଉତ୍ତୋଳନ କରିଥିବା ବ୍ୟକ୍ତିଙ୍କୁ ଦର୍ଶନ କରାଇଥିବା ସେବକ ବା ପଣ୍ଡାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।

Leave a Reply

Your email address will not be published. Required fields are marked *