ବିଚକ୍ଷଣ ବୁଦ୍ଧି ପାଇଁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ ଚାରି ବର୍ଷର ବିସ୍ମୟ ବାଳକ ଶିଭାନ୍ସ
କୁନି ବୟସରେ ଅନନ୍ୟ ପ୍ରତିଭାର ଅଧିକାରୀ । ମାତ୍ର ଚାରି ବର୍ଷ ବୟସରେ ନିଜ ମେଧାଶକ୍ତି ଓ ବୁଦ୍ଧିମତା ବଳରେ ସାଉଁଟିଛନ୍ତି ସଫଳତା । ଏପରି ଜଣେ ବିସ୍ମୟ ବାଳକ ହେଉଛନ୍ତି ବାଲିଗୁଡା ଇଲେକ୍ଟ୍ରି ସାହିର କୃଷ୍ଣ ଚନ୍ଦ୍ର ମହାରଣା ଓ ଶିବାନୀ ମହାରଣାଙ୍କ ଚାରି ବର୍ଷର ପୁଅ ଶିଭାନ୍ସ ମହାରଣା । ନିଜର ବିଚକ୍ଷଣା ବୁଦ୍ଧି ପାଇଁ ଆଜି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ପାଇଛନ୍ତି ସ୍ଥାନ । ଇଣ୍ଡିଆ ମ୍ୟାପ ପଜଲରେ ଶିଭାନ୍ସ ମାତ୍ର ଏକ ମିନଟ୍ ତେଇଶି ସେକେଣ୍ଡରେ ନିଜ ଉପସ୍ଥିତ ବୁଦ୍ଧି ଓ ମେଧାଶକ୍ତି ସହାୟତାରେ ସମାଧାନ କରି ଏହି ବିରଳ ରେକର୍ଡର ଅଧିକାରୀ ହୋଇ ପାରିଛନ୍ତି ।ଭାରତୀୟ ମାନଚିତ୍ରର ୧୩ଗୋଟି ଅଂଶ ବିଶେଷକୁ ବିନା ରଙ୍ଗ ଓ ବିନା ନାମରେ ସଠିକ ଭାବେ ସଜେଇବାକୁ ନେଇ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ପକ୍ଷରୁ କୁହାଯାଇଥିଲା । କିନ୍ତୁ ବିନା ରଙ୍ଗ ଓ ନାମ ବିନା ଶିଭାନ୍ସ ନିର୍ଭୁଲ ଭାବେ ଇଣ୍ଡିଆ ମ୍ୟାପକୁ ସ୍ଥାନିତ କରିପାରି ଏହି ଟାଇଟଲ ହାସଲ କରିଛନ୍ତି । ଏଥିପାଇଁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ତରଫରୁ ମାଗାଜିନ,ଟାଇଟଲ ଓ ପ୍ରମାଣ ପତ୍ର ଶିଭାନ୍ସଙ୍କ ନିକଟରେ ପହଁଚିଛି ।

