ଦେଶ ବିଦେଶ

ଆସାମ ମୋରିଗାଓଁରେ ଭୂକମ୍ପ

Spread the love

ଆସାମ ମୋରିଗାଓଁରେ ଭୂକମ୍ପ । ରାତି ପ୍ରାୟ ୨ଟା ୨୫ ମିନିଟରେ ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୦ ରେକର୍ଡ ହୋଇଛି । ୫.୦ ତୀବ୍ରତାର ଭୂକମ୍ପ ଏକ ମଧ୍ୟମ ଧରଣର ଭୂକମ୍ପ ।କେବଳ ମୋରିଗାଁଓ ନୁହେଁ, ଗୌହାଟି, ଶିଲଂ ଏବଂ ଆସାମର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ଅଞ୍ଚଳରେ ଭୂମିକମ୍ପର ଝଟକା ଅନୁଭବ କରିବା ପରେ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ଆସିଯାଇଥିଲେ । ତଥାପି, ଏହା ଯୋଗୁଁ କୌଣସି ପ୍ରକାରର କ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ ।

Leave a Reply

Your email address will not be published. Required fields are marked *