ବିଶ୍ଵ ପଖାଳ ଦିବସ ପାଳନ
ସମ୍ବଲପୁର,ତା 20.03.2025 ସତସଙ୍ଗ ବିହାର, ସମ୍ବଲପୁର କୁ ପ୍ରତିଦିନ ଶତାଧିକ, ଗୁରୁ ଭାଇ ଏବଂ ମା ମାନେ ସକାଳ 5 ରୁ ଆସି ପରିବେଶ କୁ ପରିଷ୍କାର କରି, ଝାଡୁ, କରି ସକାଳ ବିନତି ,ଏବଂ ଶ୍ରୀ ଶ୍ରୀ ଠାକୁର ଙ୍କ ବାଣୀ ପାଠ କରି ନିଜ ନିଜ କାମରେ ସକାଳ 7 ରେ ଚାଲି ଯାନ୍ତି|ଆଜି ବିଶ୍ଵ ପଖାଳ ଦିବସ ଉପଲକ୍ଷେ ସମସ୍ତେ ସମବେତ ହୋଇ ପଖାଳ ଦିବସ ପାଳନ କରନ୍ତି |ଦହି ପଖାଳ, ଶାଗ, ବାଡ଼ି ,ସଜନା ଛୁଇଁ ବାଇଗଣ ଭଜା, ଆଲୁ, ବିନ ପ୍ରଭୁତି ପ୍ରସ୍ତୁତି କରି ଆନନ୍ଦ ଉପଭୋଗ କରିଥିଲେ| ଏହାଦ୍ୱାରା ଶ୍ରୀ ଶ୍ରୀ ଠାକୁର ଙ୍କ ଭାବଧାରା, ଦୀକ୍ଷା ପତ୍ର ବିଷୟରେ ଆଲୋଚନା ହୋଇଥିଲା|ସେମାନେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ଭାବେ ପରିଗଣିତ ହେବେ|ସତସଙ୍ଗ ବିହାର ପରିବେଶ ଏକ୍ ଦର୍ଶନୀୟ ସ୍ଥାନ ଏବଂ ପରିବେଶ ଉନ୍ନତି ଦିଗରେ ସମସ୍ତେ ଚେଷ୍ଟିତ|ଭବିଷ୍ୟତ ରେ ଏହା ଲୋକ ହୃଦୟଙ୍ଗମ କରିବେ ବୋଲି ନଗର ବାସିନ୍ଦା ମାନେ ଆଶା କରନ୍ତି |ଜାତୀୟ ରାଜପଥ ପାର୍ଶ୍ବରେ ବାମ ଦିଗରେ ଏକ୍ ପାର୍କ ଏବଂ ଅପର ପାର୍ଶ୍ବରେ ସିଟି ଷ୍ଟେସନ ପାଖରେ ଏହା ଅବସ୍ତିତ|ଏହି ମନ୍ଦିର କୁ ପ୍ରତିଦିନ ସହ ସହ ସଂଖ୍ୟାରେ ପଶ୍ଚିମ ଓଡିଶା ର ଗୁରୁ ଭାଇ ମାନେ ଦର୍ଶନ ପ୍ରଣାମ ଏବଂ ପ୍ରସାଦ ସେବନ କରିବା ଦେଖାଯାଏ|

