ରାଜ୍ୟ

ଆଶ୍ଚର୍ଯ୍ୟଜନକ ମନ୍ତବ୍ୟ ଦେଲେ ଅଭିନେତ୍ରୀ ଓ କଣ୍ଠଶିଳ୍ପୀ ସେଲେନା

Spread the love

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ତଥା କଣ୍ଠଶିଳ୍ପୀ ସେଲେନା ଏକ ଆଶ୍ଚର୍ଯ୍ୟଜନକ ମନ୍ତବ୍ୟ ଦେଇଛନ୍ତି। କୋଟିକୋଟି ଟଙ୍କାର ମାଲିକାଣୀ ଥିବା ଅଭିନେତ୍ରୀ ସେଲେନା କେବେ ପ୍ରାକୃତିକ ଭାବେ ମା’ ହୋଇପାରିବେ ନାହିଁ।

ନିକଟରେ ଦେଇଥିବା ଏକ ସାକ୍ଷାତକାରରେ ସେଲେନା କହିଛନ୍ତି, ‘ଯଦି ମୁଁ ପ୍ରାକୃତିକ ଭାବେ ଗର୍ଭ ଧାରଣ କରେ ମୋ ସହିତ ମୋ ପିଲାର ଜୀବନ ପ୍ରତି ବିପଦ ଅଛି ବୋଲି ଡାକ୍ତର ସ୍ପଷ୍ଟ ଭାବେ କହି ଦେଇଛନ୍ତି। ତେଣୁ ମୁଁ ଯେତେ ଔଷଧ ଓ ଇନଜେକସନ ନେଲେ ବି କେବେ ମା’ ହୋଇ ପାରିବି ନାହିଁ, ଏହି ସୁଖର ଅନୁଭବ କରି ପାରିବି ନାହିଁ। ମୁଁ ଏକଥା କାହାକୁ ଜଣାଇ ନଥିଲି। କିନ୍ତୁ ଯେବେଠାରୁ ମୁଁ ଏକଥା ଜାଣିଛି ଖୁବ ଦୁଃଖରେ ରହୁଛି। ଯେତେ କାମ ବ୍ୟସ୍ତରେ ରହିଲେ ସର୍ବଦା ଡାକ୍ତରଙ୍କ ଏହି କେହି ପଦକଥା ମୋ ମନରେ ସବୁବେଳେ ଉଙ୍କି ମାରୁଛି। ମନେମନେ ଭାବୁଛି ଯେଉଁ ନାରୀମାନଙ୍କୁ ମା’ ହେବାର ସୁଖ ମିଳିଛି ସେମାନେ ହେଉଛନ୍ତି ଦୁନିଆର ସବୁଠାରୁ ଭାଗ୍ୟବାନ ମହିଳା ମୋ ମତରେ। ଭଗବାନଙ୍କୁ ଏତିକି ଅନୁରୋଧ ନାରୀଟିକୁ ଯଦି ଜନ୍ମ ଦେଇଛନ୍ତି ‌ତେବେ ତାକୁ ମା’ ହେବାର ସୁଖରୁ ବଞ୍ଚିତ କରନ୍ତୁ ନାହିଁ। ’

ସେଲେନାଙ୍କ ଠାରୁ ଏଭଳି ଖବର ପାଇବା ପରେ ତାଙ୍କ ଫ୍ୟାନମାନେ ଦୁଃଖୀ ହୋଇଯାଇଛନ୍ତି। କିନ୍ତୁ ଅଭିନେତ୍ରୀ ଗର୍ଭଧାରଣ କରି ନପାରିବାର କାରଣ ବିଷୟରେ ସ୍ପଷ୍ଟ ଭାବେ କିଛି କହି ନାହାନ୍ତି। କିନ୍ତୁ ୨୦୧୫ରେ ସେ ଲ୍ୟୁପସର ଶିକାର ହୋଇଥିବା ସାଧାରଣରେ କହିଥିଲେ। ଲ୍ୟୁପସ ଏମିତି ଏକ ରୋଗ ଯେଉଁଥିରେ ଇମ୍ୟୁନ ସିଷ୍ଟମ ନିଜର ଟିସୁ ଓ ଅର୍ଗାନ୍ସ ଉପରେ ଆକ୍ରମଣ କରିଥାଏ। ଏହି ରୋଗରେ ଶିକାର ହେବାପରେ ସେଲେନା ଡିପ୍ରେସନକୁ ଚାଲି ଯାଇଥି‌ଲେ। ଏଥିପାଇଁ ତାଙ୍କୁ ଔଷଧ ‌ସେବନ କରିବାକୁ ପଡ଼ିଥିଲା।

ଏତିକିରେ ‌ସେଲେନାଙ୍କ କଷ୍ଟ ସରି ନଥିଲା ୨୦୧୭ରେ ତାଙ୍କର କିଡନି ପ୍ରତିରୋପଣ ହୋଇଥିଲ।
ସେଲେନା ଏବେ ସରୋଗେସି ଉପାୟରେ ମା’ ହେବା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି।

Leave a Reply

Your email address will not be published. Required fields are marked *