ଦେଶ ବିଦେଶ

କମଳାଙ୍କ ପାଇଁ ପ୍ରଚାର କରୁଛନ୍ତି ଆମେରିକା ରାଜନୀତିରେ ଓଡ଼ିଆ ପୁଅ ସମୟ

Spread the love

ଆମେରିକା ରାଜନୀତିରେ ସକ୍ରିୟ ଓଡ଼ିଆ ପୁଅ ସମୟ ସାହୁ। ମାତ୍ର ୨୧ବର୍ଷ ବୟସରେ ପ୍ରଚାର ମଙ୍ଗ ଧରି ଦୃଢ଼ତାର ସହ ଡେମୋକ୍ରାଟିକ୍‌ ଦଳର ବାର୍ତ୍ତା ଜନତାଙ୍କ ସମ୍ମୁଖରେ ରଖୁଛନ୍ତି।ଡେମୋକ୍ରାଟିକ୍‌ ଦଳ ରାଷ୍ଟ୍ରପତି ପ୍ରାର୍ଥୀ କମଳା ହାରିସଙ୍କ ପାଇଁ ପ୍ରଚାର କରୁଛନ୍ତି। ମୟୂରଭଞ୍ଜ ଜିଲ୍ଲାର ମୂଳବାସିନ୍ଦା ହେଉଛନ୍ତି ସମୟ । ତେବେ ବାପା ମାନସ ସାହୁ କିଛି ବର୍ଷ ପାଇଁ ରାୟଗଡ଼ା ଜିଲ୍ଲାରେ ଚାକିରି କରିଥିଲେ। ଆମେରିକାରେ ଚାକିରି ପାଇବାରୁ ମାନସ ପରିବାର ସହ ଭାରତ ଛାଡ଼ିଥିଲେ। ବର୍ତ୍ତମାନ ପରିବାର ସହ ସମୟ ନ୍ୟୁ ହାମ୍‌ସାୟର ରାଜ୍ୟର ନାସୁଆ ସହରରେ ରହୁଛନ୍ତି।

୨୦୦୮ ମସିହାରେ ଡେମୋକ୍ରାଟିକ୍‌ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ବାରାକ୍‌ ଓବାମାଙ୍କ ଭାଷଣରେ ପ୍ରଭାବିତ ହୋଇଥିଲେ ସମୟ। ପୁଅର ଏଭଳି ଆଗ୍ରହ ଦେଖି ଆମେରିକାର ଇତିହାସ ଏବଂ ରାଜନୀତି ବିଷୟରେ ଜାଣିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ଦେଇଥିଲେ ମାନସ। ତାଙ୍କ ନେତୃତ୍ବ ଦକ୍ଷତା ଏବଂ ଭାଷଣ ଶୈଳୀ ଦେଖି ଡେ ମୋକ୍ରାଟିକ୍‌ ପାର୍ଟି ମଧ୍ୟ ତାଙ୍କୁ ସୁଯୋଗ ଦେଇଥିଲା। ଯାହାଫଳରେ ୨୦୧୨ ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ଏବଂ ରାଲିରେ ଛାତ୍ର ଦଳର ନେତୃତ୍ବ ନେଇଥିଲେ ସମୟ। ୨୦୨୦ ମସିହାରେ ଦଳୀୟ ରାଜନୀତିରେ ପ୍ରବେଶ କରିଥିଲେ।୨୦୨୨-୨୩ରେ ଡେମୋକାଟ୍ରିକ ପାର୍ଟି ପକ୍ଷରୁ ହାଇସ୍କୁଲ ଡେମୋକ୍ରାଟ୍‌ ଅଫ୍‌ ‌ଆମେରିକାର ନ୍ୟାସନାଲ ଚେୟାରମ୍ୟାନ ଭାବେ ତାଙ୍କୁ ମନୋନୀତ କରାଗଲା।

ଚଳିତବର୍ଷ ଆମେରିକାରେ ରାଷ୍ଟପ୍ରତି ନିର୍ବାଚନ ରହିଥିବାରୁ ଦଳ ତାଙ୍କୁ ପ୍ରାର୍ଥୀ କମଳା ହାରିସ୍‌ଙ୍କ ପ୍ରଚାର ମଙ୍ଗ ଧରିବାକୁ ଦାୟିତ୍ବ ଦେଇଛି। କମଳା ମଧ୍ୟ ସମୟଙ୍କ ସଂସ୍ପର୍ଶରେ ଆସିବା ପରେ ରାଜନୈତିକ ଜୀବନ ଓ ସାଂଗଠନିକ ଦକ୍ଷତା ବିଷୟରେ ଅବଗତ ହୋଇ ପ୍ରଶଂସା କରିଛନ୍ତି।

Leave a Reply

Your email address will not be published. Required fields are marked *