ରାଜ୍ୟ

କଟକରେ ଶାରଦୀୟ ପୂଜା ଓ ଭସାଣି ପାଇଁ ଆସିଲା କଡା ନିୟମ

Spread the love

କଟକରେ ଶାରଦୀୟ ପୂଜା ଓ ଭସାଣି ପାଇଁ ଆସିଲା କଡା ନିୟମ । ରୁମାଲ କି ଗାମୁଛା ହଲାଇ ନାଚି ପାରିବେନି ସାହି ଯୁବକ । ଦଶହରାରେ ରୁମାଲ କି ଗାମୁଛା ଧରି ନାଚିବା ମନା । ଦଶହରା ଭସାଣିରେ ନାଚିବା ନେଇ ପୋଲିସ ପକ୍ଷରୁ କଟକଣା ଜାରି ହୋଇଛି । ଶୋଭାଯାତ୍ରାରେ ମହିଳାଙ୍କ ନାଚକୁ ମଧ୍ୟ ସମ୍ପୂର୍ଣ୍ଣ ନିଷିଦ୍ଧ କଲା ଗ୍ରାମାଞ୍ଚଳ ପୋଲିସ ।

କଟକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଶାରଦୀୟ ଦୁର୍ଗାପୂଜା ଗ୍ରାମାଞ୍ଚଳର ପ୍ରସ୍ତୁତି ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଏଥିରେ ବ୍ୟତିକ୍ରମ କଲେ ଆଇନ୍ ଅନୁଯାୟୀ ଦଣ୍ଡିତ ହେବେ ।ସେହିପରି ଶୋଭାଯାତ୍ରାରେ ସାମିଲ ହୋଇଥିବା ଲୋକ କୌଣସି ପ୍ରକାର ମାଦକ ଦ୍ରବ୍ୟ ଯଥା ଭାଙ୍ଗ, ଗଞ୍ଜେଇ, ବ୍ରାଉନ୍ସୁଗାର ଇତ୍ୟାଦି ଖାଇପାରିବେ ନାହିଁ କିମ୍ବା ସାଙ୍ଗରେ ଆଣିବେ ନାହିଁ ।

ଯଦି କେହି ମାଦକ ଦ୍ରବ୍ୟ ଖାଇଥିବାର କିମ୍ବା ପାଖରେ ରଖିଥିବାର ସନ୍ଦେହ କରାଯାଏ ତାହାହେଲେ ତାଙ୍କୁ ଶୋଭାଯାତ୍ରାରୁ ବହିଷ୍କୃତ କରାଯିବ । ଏଥିରେ ବାଧାଦେଲେ ଆଇନ୍ ଅନୁଯାୟୀ ଦଣ୍ଡନୀୟ ହେବେ ।ଏପରିକି ଭସାଣି ଯାତ୍ରାରେ ଆସୁଥିବା ଲୋକମାନେ କୌଣସି ପ୍ରକାର ମାରଣାସ୍ତ୍ର ଯଥା – ଲାଠି, ତରୁଆଲ୍,ତୀର, ବନ୍ଧୁକ, ରିଭଲର ଇତ୍ୟାଦି ଆଣିପାରିବେ ନାହିଁ । ଶୋଭାଯାତ୍ରାରେ ଲାଠି, ବନାଟି, ତରୁଆଲ୍ ଇତ୍ୟାଦି ବୁଲାଇବା ନିଷେଧ । ଏପରି କଲେ ଶୋଭାଯାତ୍ରାରୁ ବାହାର କରିବା ସଙ୍ଗେ ସଙ୍ଗେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରାଯିବ। ଶୋଭାଯାତ୍ରା ପୋଲିସ୍ ଅଫିସରଙ୍କ ଆଦେଶ ଅନୁଯାୟୀ ପରିଚାଳିତ ହେବ ।

Leave a Reply

Your email address will not be published. Required fields are marked *