ଆସନ୍ତା ୧୮ରୁ ୨୨ ତାରିଖ ଯାଏ ଅନୁଷ୍ଠିତ ହେବ ଅଗ୍ନିବୀର ନିଯୁକ୍ତି ଶିବିର
ଅଗ୍ନିବୀର ଯୋଜନାରେ ଚୟନ ହୋଇଥିବା ପ୍ରାର୍ଥୀଙ୍କ ପାଇଁ ପୁରୀରେ ନିଯୁକ୍ତି ଶିବିର ଅନୁଷ୍ଠିତ ହେବ। ଆସନ୍ତା ୧୮ରୁ ୨୨ ତାରିଖ ଯାଏ ଅନୁଷ୍ଠିତ ହେବ ଏହି ଶିବିର । ପୁରୀର ସ୍ପୋର୍ଟସ୍ କମ୍ପେ୍ଲକ୍ସ ଓ ଇନ୍ଡୋର ଷ୍ଟାଡିୟମଠାରେ ଆୟୋଜିତ ଏହି ଶିବିରରେ କଟକ, ପୁରୀ, ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରୁ ଚୟନ ହୋଇଥିବା ପ୍ରାର୍ଥୀମାନେ ଅଂଶଗ୍ରହଣ କରିପାରିବେ। ଏଥିସହ ନିୟମିତ ସୈନିକ (କେବଳ ଜେସିଓ ବର୍ଗର ସିପାହୀ ଫାର୍ମା, ସୈନିକ ଟେକ୍, ନର୍ସିଂ ସହାୟକ ଓ ଧାର୍ମିକ ଶିକ୍ଷକ), ପଶ୍ଚିମବଙ୍ଗ, ଓଡ଼ିଶା ଓ ସିକିମ୍ର ମହିଳା ମିଲିଟାରୀ ପୁଲିସ ପାଇଁ ଚୟନ ହୋଇଥିବା ପ୍ରାର୍ଥୀମାନେ ଅଂଶଗ୍ରହଣ କରିପାରିବେ ।
ଅନଲାଇନ୍ରେ ସାଧାରଣ ପ୍ରବେଶିକା ପରୀକ୍ଷା (ସିଇଇ)ରେ ଉତ୍ତୀର୍ଣ୍ଣ ପରୀକ୍ଷାର୍ଥୀଙ୍କର ଶାରୀରିକ ପରୀକ୍ଷା ଓ ମେଡିକାଲ ପରୀକ୍ଷା କରାଯିବ। ପଞ୍ଜିକୃତ ଇମେଲ୍ ଆଇଡିରେ ପ୍ରାର୍ଥୀଙ୍କୁ ଆଡମିଟ୍ କାର୍ଡ ପଠାଇ ଦିଆଯାଇଛି ।
