ଆଜି ଆକାଶମାର୍ଗରୁ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ସ୍ଥିତି ଅନୁଧାନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଆଜି ଆକାଶମାର୍ଗରୁ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ସ୍ଥିତି ଅନୁଧାନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବାତ୍ୟା ଯୋଗୁ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ୱର, ମୟୂରଭଞ୍ଜ, ପୁରୀ ଓ କଟକ ଜିଲ୍ଲା ପ୍ରଭାବିତ ହୋଇଛି ।ପୂର୍ବରୁ ମୁଖ୍ୟମନ୍ତ୍ରୀ ବାତ୍ୟା ସମୀକ୍ଷା କରି କହିଥିଲେ, ବାତ୍ୟା ଓ ବର୍ଷା ଯୋଗୁ ୧ ଲକ୍ଷ ୭୫ ହଜାର ଫସଲ କ୍ଷୟକ୍ଷତି ହୋଇଥିବା ପ୍ରାଥମିକ ଆକଳନ କରାଯାଇଛି । ରିପୋର୍ଟ ମିଳିବା ପରେ କ୍ଷତିପୂରଣ ପ୍ରଦାନ ନେଇ ବ୍ୟବସ୍ଥା କରାଯିବ । ୭ ଦିନ ଭିତରେ ବାତ୍ୟା କ୍ଷୟକ୍ଷତି ଆକଳନ କରି ଖୁବଶୀଘ୍ର କ୍ଷୟକ୍ଷତି ସହାୟତା ରାଶି ଦିଆଯିବ।

