ଭୁବନେଶ୍ୱର ବିମାନବନ୍ଦର ନିକଟରେ ବୁଲୁଛି କଳରାପତରିଆ
ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ବୁଲୁଛି ବାଘ । ଏୟାର ପୋର୍ଟ ଡମ୍ପିୟାର୍ଡ ନିକଟରେ ବାଘ ବୁଲୁଥିବାର ଦେଖିବାକୁ ମିଳିଥିଲା । ଡମ୍ପିୟାର୍ଡ ଭିତରେଏକ କଳରାପତରିଆ ବାଘ ବୁଲୁଥିବାର ସୂଚନା ମିଳିଛି। ଭୟରେ ଏଠାରେ କାମ କରୁଥିବା ଲୋକେ ଭିତରକୁ ପଶୁନାହାନ୍ତି। ଏନେଇ ସୂଚନା ମିଳିବା ପରେ ଘଟଣାସ୍ଥଳରେ ବନବିଭାଗ ଟିମ୍ ଏବଂ ପୋଲିସ ଟିମ୍ ପହଞ୍ଚିଛନ୍ତି।
