ମହାନଗର

ଡିସେମ୍ବର ୬ରୁ ରାଜ୍ୟ ପୁସ୍ତକ ମହୋତ୍ସବ

Spread the love

୬ଷ୍ଠ ଓଡ଼ିଶା  ରାଜ୍ୟ ପୁସ୍ତକ ମହୋତ୍ସବ-‘ଅକ୍ଷର’ । ଆସନ୍ତା  ଡିସେମ୍ବର ୬ରୁ ୧୭ ତାରିଖ ୧୨ ଦିନ ବ୍ୟାପୀ  ଅନୁଷ୍ଠିତ ହେବ ।ନୂଆ ସରକାରରେ  ପୁସ୍ତକ ମହୋତ୍ସବକୁ ନୂଆ ରୂପ ଦେବାକୁ ଯୋଜନା  ହୋଇଛି । ଏନେଇ ଓଡ଼ିଶା ସରକାରଙ୍କ ଭାଷା,  ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ  କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିବା ସୂଚନା ମିଳିଛି ।

ଭୁବନେଶ୍ୱର ୟୁନିଟ୍‌-୩ ସ୍ଥିତ ଇଡ୍‌କୋ  ପ୍ରଦର୍ଶନୀ ପଡ଼ିଆଠାରେ ରାଜ୍ୟ ସଂସ୍କୃତି ବିଭାଗ  ଆନୁକୂଲ୍ୟରେ ରାଜଧାନୀ ପୁସ୍ତକ ମେଳା, ଏକାମ୍ର  ପୁସ୍ତକ ମହୋତ୍ସବ କମିଟି, ଓଡ଼ିଶା ପୁସ୍ତକ ପ୍ରକାଶକ  ଓ ବିକ୍ରେତା ସଂଘ ସହଯୋଗରେ ‘ଅକ୍ଷର’  ଆୟୋଜିତ ହେବ । ଏନେଇ ଗତ ଅକ୍ଟୋବର ୧୮  ତାରିଖରେ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଡ. ବିଜୟ  କେତନ ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଏକ ବୈଠକ  ହୋଇଥିଲା ।

ମହୋତ୍ସବ ପରିସର ୩ଟି ମୁଖ୍ୟ ଥିମ୍‌  ବା ବିଷୟ ଉପରେ ଆଧାରିତ ହେବ । ଯଥା³ ମହାନ  ବିପ୍ଲବୀ ବିର୍ସା ମୁଣ୍ଡା ଓ ଅନ୍ୟ ସ୍ୱାଧୀନତାଙ୍କ ସଂଗ୍ରାମୀଙ୍କ  ଅବଦାନ, ଡ. ହରେକୃଷ୍ଣ ମହତାବ ଶତବାର୍ଷିକୀ  ଓ ଓଡ଼ିଶାର ବୌଦ୍ଧ ଐତିହ୍ୟକୁ ସ୍ଥାନିତ କରାଯାଇ  ପାଠାକମାନଙ୍କୁ ଅବଗତ କରାଯିବ ।

Leave a Reply

Your email address will not be published. Required fields are marked *