ଜମ୍ମୁ-କଶ୍ମୀରର ଅଖନୋର ସେକ୍ଟରରେ ସେନା ଗାଡ଼ି ଉପରକୁ ଗୁଳି ଚଳାଇଲେ ଆତଙ୍କବାଦୀ
ଜମ୍ମୁ-କଶ୍ମୀରର ଅଖନୋର ସେକ୍ଟରରେ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଏକ ଦଳ ଏକ ସେନା ଗାଡି ଉପରକୁ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ହୋଇଛି। ତେବେ ଏହି ଗୁଳି ଚାଳନାରେ କାହାରି କିଛି କ୍ଷୟକ୍ଷତି ହୋଇନାହିଁ। ସକାଳ ପ୍ରାୟ ୭ଟା ବେଳକୁ ତିନିଜଣ ଆତଙ୍କବାଦୀ ସେନା ଗାଡ଼ି ଉପରକୁ ଏକାଧିକ ରାଉଣ୍ଡ ଗୁଳି ଚାଳନା କରିଥିଲେ। ତେବେ ଜାଣିବାକୁ ମିଳିଛି ଯେ ଆତଙ୍କବାଦୀମାନଙ୍କ ଏହି ଗୁଳି ଚାଳନା ପରେ ସୁରକ୍ଷା ବାହିନୀ ତୁରନ୍ତ ଏହି ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରି ଦେଇଥିଲେ। ଗତ ଏକ ସପ୍ତାହ ମଧ୍ୟରେ ଜମ୍ମୁ-କଶ୍ମୀରରେ ୨ ସୈନିକଙ୍କ ସମେତ ଅତି କମରେ ୧୨ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି।

