ଦେଶ ବିଦେଶ

ଦିଲ୍ଲୀ ବାୟୁମାନ ‘ଅତ୍ୟନ୍ତ ଖରାପ’କୁ ଖସିଲା

Spread the love

ଦୁଇ ଦିନର ବ୍ୟବଧାନ ପରେ ଦିଲ୍ଲୀର ବାୟୁଗୁଣବତ୍ତା ପୁଣି ‘ଅତ୍ୟନ୍ତ ଖରାପ’ ଶ୍ରେଣୀକୁ ଖସି ଆସିଛି। ଏଥିସହିତ  ଗତ କିଛି ଦିନ ଧରି ପ୍ରଦୂଷଣ ସ୍ତରରେ ଉନ୍ନତି ଆଣିଥିବା ପବନର ବେଗ ମଧ୍ୟ ହ୍ରାସ ପାଇଛି।କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ର ତଥ୍ୟ ଅନୁଯାୟୀ, ସକାଳ ୯ଟା ସୁଦ୍ଧା ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୩୫୯ ରେକର୍ଡ କରାଯାଇଛି, ଯାହା ଶନିବାରର ୨୫୫ ରିଡିଂ ତୁଳନାରେ ଯଥେଷ୍ଟ ଅଧିକ। ବିଭାଗ ପକ୍ଷରୁ ୪୦ଟି ମନିଟରିଂ ଷ୍ଟେସନ ମଧ୍ୟରୁ ୩୬ଟିରୁ ତଥ୍ୟ ପ୍ରଦାନ କରାଯାଇଥିଲା

ସେଥିମଧ୍ୟରୁ ଆନନ୍ଦ ବିହାର, ଅଲିପୁର, ବୱାନା, ଜାହାଙ୍ଗୀରପୁରୀ, ମୁଣ୍ଡକା, ୱାଜିରପୁର, ବିବେକ ବିହାର ଓ ସୋନିଆ ବିହାର ଭଳି ୮ଟି ଷ୍ଟେସନରେ ଏକ୍ୟୁଆଇ ରିଡିଂ ଗୁରୁତର ବର୍ଗରେ ଥିବା ବେଳେ ବାକି ୨୮ଟି ଷ୍ଟେସନ ଅତ୍ୟନ୍ତ ଖରାପ ବର୍ଗରେ ରହିଛି।

Leave a Reply

Your email address will not be published. Required fields are marked *