ୟୁକ୍ରେନ ସହିତ ଯୁଦ୍ଧ ବନ୍ଦ କରିବାକୁ ପରାମର୍ଶ ଦେଇଛନ୍ତି ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ
ୟୁକ୍ରେନ ସହିତ ଯୁଦ୍ଧ ବନ୍ଦ କରିବାକୁ ପରାମର୍ଶ ଦେଇଛନ୍ତି ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।ୟୁରୋପରେ ଆମେରିକା ସେନାର ଉପସ୍ଥିତି ରହିଥିବାରୁ ଯୁଦ୍ଧକୁ ଆଗକୁ ନ ବଢ଼ାଇବାକୁ ସେ ପୁଟିନଙ୍କୁ କହିଛନ୍ତି। ବୁଧବାର ଦିନ ଟ୍ରମ୍ପ ପ୍ରଥମେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନ୍ସ୍କିଙ୍କ ସହିତ କଥା ହେବା ପରେ ଗୁରୁବାର ପୁଟିନଙ୍କ ସହିତ କଥା ହୋଇଥିଲେ।ଅନ୍ୟପଟେ ଟ୍ରମ୍ପଙ୍କ ଆଲୋଚନାର ୪୮ ଘଣ୍ଟା ପରେ ଶନିବାର ବିଳମ୍ବିତ ରାତିରେ ୟୁକ୍ରେନ ପକ୍ଷରୁ ରୁଷ ଉପରେ ୩୪ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ରୁଷ ବି ଏହାର ଜବାବ ଦେଇଛି। ତେଣୁ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବନ୍ଦ ହେବା ଆଶା କ୍ଷୀଣ ବୋଲି ସାଧାରଣରେ ଆଲୋଚନା ହେଉଛି।
