ବିପୁଳ ପରିମାଣରେ ବ୍ରାଉନସୁଗାର ଜବତ
ବାଲେଶ୍ଵର ଏସପି ଙ୍କ ନିର୍ଦ୍ଦେଶରେ ପୁଲିସର ଏକ ସ୍ବତନ୍ତ୍ର ଟିମ ଜଳେଶ୍ଵର ମ୍ୟୁନିସିପାଲିଟି ଅଧୀନସ୍ଥ ସେକବାଡ ଗ୍ରାମରେ ଚୋରା ରେ ବ୍ରାଉନସୁଗାର ବେପାର ଚଳାଇଥିବା ରୁକସାନା ବିବିଙ୍କ ଘରେ ଚଢ଼ାଉ କରିଛି। ଦୀର୍ଘଦିନ ଧରି ସ୍କୁଟିରେ ବୁଲି ବୁଲି ବ୍ରାଉନସୁଗାର ବେପାର କରୁଥିବା ଏହି ମହିଳାଙ୍କ ଘରୁ ଚଢ଼ାଉ ସମୟରେ ବିପୁଳ ପରିମାଣରେ ବ୍ରାଉନସୁଗାର ଜବତ ହୋଇଥିବା ପୁଲିସ ସୂଚନା ଦେଇଛି।ରୁକସାନାଙ୍କୁ ପୁଲିସ ଗିରଫ କରିଥିବା ବେଳେ ଅଧିକ ତଦନ୍ତ ପାଇଁ ତାଙ୍କ ବାପାମାଙ୍କୁ ପୁଲିସ ଥାନାକୁ ଉଠାଇ ଆଣିଛି। ସେମାନେ କେଉଁ ଠାରୁ ବ୍ରାଉନସୁଗାର ଆଣୁଥିଲେ,ସେମାନଙ୍କ ଗରାଖ ତାଲିକାରେ କିଏ କିଏ ଓ ସେମାନେ କେଉଁ ଅଞ୍ଚଳର,ସେମାନଙ୍କର କେତେ ସ୍ଥାବର ଅସ୍ଥାବର ସମ୍ପତ୍ତି ରହିଛି ପୁଲିସ ତାହା ଜାଣିବା ପାଇଁ ସମସ୍ତଙ୍କୁ ମାରାଥନ ଜେରା କରାଯାଉଛି ବୋଲି କୁହାଯାଇଛି। ରୁକସାନାଙ୍କ ସ୍ବାମୀ ପାଖାପାଖି ୨୦ ମାସ ତଳେ କୋଲକାତା ପୁଲିସ ଦ୍ବାରା ଏକ ବ୍ରାଉନସୁଗାର ମାମଲାରେ ଗିରଫ ହୋଇଥିଲେ।ସ୍ବାମୀ ଗିରଫ ହେବା ପରେ ରୁକସାନା ନିଜ ସ୍ବାମୀଙ୍କ ନିଶା ନେଟୱର୍କକୁ ସମ୍ଭାଳୁ ଥିଲେ । ପଶ୍ଚିମବଙ୍ଗରେ ରହୁଥିବା ତାଙ୍କର ଜଣେ ସମ୍ପର୍କୀୟ ଓ ଜଳେଶ୍ଵର ଥାନା ରାଜପୁର ଗ୍ରାମର ଜଣେ ନିଶା ବେପାରୀଙ୍କ ଠାରୁ ବ୍ରାଉନସୁଗାର ଆଣି ଖୁଚୁରା ଓ ପାଇକାରୀରେ ବିକ୍ରି କରୁଥିଲେ।
