ଦେଶ ବିଦେଶ

ଲୋକସଭା ସାଂସଦ ଭାବେ ଶପଥ ନେଲେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା

Spread the love

କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ଲୋକସଭା ସାଂସଦ ଭାବେ ଶପଥ ନେଇଛନ୍ତି।ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ଉପସ୍ଥିତିରେ ଶପଥ ଗ୍ରହଣ କରିଛନ୍ତି। ଲୋକସଭାରେ ଆଜି ପ୍ରିୟଙ୍କାଙ୍କ ସହ କଂଗ୍ରେସ ନେତା ରବିନ୍ଦ୍ର ବସନ୍ତରାଓ ଚହ୍ବାନ ମଧ୍ୟ ସଂସଦ  ସଦସ୍ୟ ଭାବେ ଶପଥ ନେଇଛନ୍ତି। କେରଳ ୱାଇନାଡ ଆସନରୁ ୪ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ପ୍ରିୟଙ୍କା । ପ୍ରିୟଙ୍କା ସଂସଦ  ସଦସ୍ୟ ହେବାପରେ ପ୍ରଥମ ଥର ପାଇଁ ଗାନ୍ଧୀ ପରିବାରର ସମସ୍ତ ସଦସ୍ୟଙ୍କୁ ସଂସଦ‌ରେ ଦେଖିବାକୁ ମିଳିଛି।  ନିଜ ଜେଜେମା’ ତଥା ଦେଶର ୩ ଥର ପ୍ରଧାନମନ୍ତ୍ରୀ ହୋଇଥିବା ଇନ୍ଦିରା ଗାନ୍ଧୀଙ୍କୁ ଅନୁକରଣ କରି ପ୍ରିୟଙ୍କା ପାରମ୍ପରିକ ପରିଧାନରେ ସଂସଦ ପହଞ୍ଚିଥିଲେ।  ପ୍ରିୟଙ୍କାଙ୍କ ଶପଥ ଗ୍ରହଣ ପାଇଁ ଆଜି ତାଙ୍କ ମା’ ସୋନିଆ ଗାନ୍ଧୀ, ଭାଇ ରାହୁଲ ଗାନ୍ଧୀ, ପ୍ରିୟଙ୍କାଙ୍କ ୨ ପୁଅ ଏବଂ ଝିଅ ରେହାନ ଭଦ୍ରା, ମିରାୟା ଭଦ୍ରା, ସ୍ବାମୀ ରବର୍ଟ ଭଦ୍ରା ସଂସ‌ଦ ଆସିଥିଲେ।

Leave a Reply

Your email address will not be published. Required fields are marked *