ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ଭୁବନେଶ୍ବର ଗସ୍ତ
୫୯ତମ ଡିଜି-ଆଇଜିପି ସମ୍ମିଳନୀ ପାଇଁ ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ।ଆସନ୍ତାକାଲି ୪ଟା ୧୫ରେ ଏକ ସ୍ବତନ୍ତ୍ର ବିମାନରେ ପ୍ରଧାନମନ୍ତ୍ରୀ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ। ବିମାନବନ୍ଦର ବାହାରେ ଏକ ସଭାରେ ଯୋଗ ଦେବେ। ପରବର୍ତ୍ତୀ ସମୟରେ ସିଧାସଳଖ ରାଜଭବନକୁ ଯିବେ। ରାଜଭବନରେ ପ୍ରାୟ ୧ଘଣ୍ଟା ରହିବା ପରେ ବିଜେପି ଦଳୀୟ କାର୍ଯ୍ୟାଳୟରେ ପହଞ୍ଚିବେ। ସେଠାରେ ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ। ବୈଠକ ସରିବା ପରେ କଡ଼ା ସୁରକ୍ଷା ଭିତରେ ପୁନର୍ବାର ରାଜଭବନକୁ ଫେରିଯିବେ। ଆଜି ରାଜଧାନୀରେ ବିଦ୍ୟାଳୟଗୁଡ଼ିକ ଅପରାହ୍ଣ ୧ଟା ଯାଏ ଚାିଲିବ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ଭୁବନେଶ୍ବର ଗସ୍ତକୁ ଆଖି ଆଗରେ ରଖି ଏଭଳି ପଦକ୍ଷେପ ନିଆଯାଇଛି।
