ରାଜ୍ୟ

କଣାସ ଡାଇରିଆ: ୮୩ ଆକ୍ରାନ୍ତ

Spread the love

ପୁରୀ ଜିଲ୍ଲାର କଣାସ ବ୍ଲକ୍‌ରେ ଗତ ୮ଦିନ ହେବ ଡାଇରିଆ ଅଣାୟତ୍ତ ହୋଇପଡ଼ିଛି। ଜାଗୁଳେଇପଦର ଗାଁରୁ ଆରମ୍ଭ ହୋଇଥିବା ଡାଇରିଆ ଧୀରେ ଧୀରେ ଏକାଧିକ ଗାଁକୁ ବ୍ୟାପିଛି। ବର୍ତ୍ତମାନ ସୁଦ୍ଧା ୮୩ଜଣ ଆକ୍ରାନ୍ତ ଓ ଜଣେ ପ୍ରାଣ ହରାଇଥିବା ସରକାରୀ ଭାବେ ସୂଚନା ‌ଦିଆଯାଇଛି। ଦୟାନଦୀର ଦୂଷିତ ଜଳ ପିଇବା କାରଣରୁ ଡାଇରିଆ ବ୍ୟାପିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ୮୩ଜଣ ଆକ୍ରାନ୍ତ ହୋଇଥିବା ବେଳେ ତହିଁରୁ ୭୬ଜଣ ସୁସ୍ଥ ହୋଇସାରିଛନ୍ତି। ଜଣେ ଏଥିରେ ପ୍ରାଣ ହରାଇଥିବା ସ୍ପଷ୍ଟ ହୋଇଛି।ଗୋଟିଏ ଇ-କୋଲାଇ ବ୍ୟାକ୍ଟେରିଆ ଚିହ୍ନଟ ହୋଇଛି। ତେଣୁ ଏହା ହଇଜା ନୁହେଁ, ଡାଇରିଆ ବୋଲି ଡା.ମିଶ୍ର ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *