ଦେଶ ବିଦେଶ

ଭାଇରାଲ ହେଉଛି ବ୍ୟାଙ୍କ ଡିପୋଜିଟ୍ ଫର୍ମ

Spread the love

ବ୍ୟାଙ୍କ୍ ଫର୍ମରେ ଲେଖାଥିବା କଥାକୁ ନେଇ ଏବେ ସୋସିଆଲ ମିଡିଆରେ ଭାରି ଚର୍ଚ୍ଚା ଯେଉଁଠି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଡିପୋଜିଟ୍ ଫର୍ମରେ ଟଙ୍କା ଜାଗାରେ ଲେଖାଅଛି- ସ୍ବାମୀଙ୍କ ସହ ମେଳା ବୁଲିବାକୁ ଯିବାର ଅଛି ଏବଂ ଆମାଉଣ୍ଟ ସ୍ଥାନରେ ଲେଖାଅଛି କୁମ୍ଭ ମେଳା । ଏହି ଡିପୋଜିଟ୍ ଫର୍ମକୁ ଦେଖି ବ୍ୟାଙ୍କ କର୍ମଚାରୀ ତ ହସିହସି ବେଦମ ହେଇଗଲେ ତା ସହ ଏହି ଫର୍ମଟି ଏବେ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି ।ଏହି ଫର୍ମରେ ଖାତାଧାରୀଙ୍କ ନାଁ ରାଧିକା ଶର୍ମା ଲେଖା ହୋଇଥିବା ବେଳେ ସିଏ ୧୦ ହଜାର ଟଙ୍କା ଡିପୋଜିଟ୍ କରିବାକୁ ଫର୍ମ ଭରିଥିଲେ ମାତ୍ର ଟଙ୍କା ବିବରଣୀ ସ୍ଥାନରେ ସ୍ବାମୀଙ୍କ ସହ ମେଳା ବୁଲି ଯିବାକୁ ଚାହୁଁଛି ଲେଖି ବେଶ ଭାଇରାଲ ହୋଇଛନ୍ତି । ତେବେ ଖାତାଧାରୀଙ୍କ ନାଁ ଜଣାଥିଲେ ବି ଏହା କେଉଁ ଅଞ୍ଚଳର କିମ୍ବା କେଉଁ ବ୍ୟାଙ୍କ ଅଧିନରେ ତାହା ଜଣାପଡିନାହିଁ ।

Leave a Reply

Your email address will not be published. Required fields are marked *