ଦେଶ ବିଦେଶ

ମାଘ ପୂର୍ଣ୍ଣିମାରେ ଚାଲିଗଲେ ରାମମନ୍ଦିର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ

Spread the love

ଉତ୍ତରପ୍ରଦେଶ ସ୍ଥିତ ଅଯୋଧ୍ୟା ରାମ ମନ୍ଦିର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ ପରଲୋକ ହୋଇଛି । ୮୫ବର୍ଷ ବୟସରେ ନିଧନ ହୋଇଥିବା ସୂଚନା ରହିଛି । ବ୍ରେନ ଷ୍ଟ୍ରୋକ ପରେ ଫେବ୍ରୁଆରୀ ୩ ତାରିଖରୁ ଲକ୍ଷ୍ନୌ ପିଜିଆଇ ହସ୍ପିଟାଲରେ ସତ୍ୟେନ୍ଦ୍ରଙ୍କ ଚିକିତ୍ସା ଚାଲିଥିଲା । ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବା ପରେ ତାଙ୍କୁ ନ୍ୟୁରୋଲୋଜି ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ତାଙ୍କ ବିୟୋଗରେ ଉତ୍ତରପ୍ରଦେଶ ସରକାର ଶୋକ ବ୍ୟକ୍ତ କରିଛନ୍ତି ।ତେବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଚାର୍ଯ୍ୟ ସତ୍ୟେନ୍ଦ୍ର ନାଥଙ୍କ ନିଧନରେ ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ପରମ ରାମଭକ୍ତ, ଶ୍ରୀ ରାମ ଜନ୍ମଭୂମି ମନ୍ଦିରର, ଶ୍ରୀ ଅଯୋଧ୍ୟା ଧାମର ମୁଖ୍ୟ ପୂଜାରୀ ଆଚାର୍ଯ୍ୟ ଶ୍ରୀ ସତ୍ୟେନ୍ଦ୍ର କୁମାର ଦାସଜୀ ମହାରାଜଙ୍କ ନିଧନରେ ଅତ୍ୟନ୍ତ ଦୁଃଖିତ ଏବଂ ସାମାଜିକ ଏବଂ ଆଧ୍ୟାତ୍ମିକ ଜଗତ ପାଇଁ ଅପୂରଣୀୟ କ୍ଷତି ।

Leave a Reply

Your email address will not be published. Required fields are marked *