ଦେଶ ବିଦେଶ

ଏବେ ଫେରିବେନି ସୁନୀତା ୱିଲିୟମ୍ସ

Spread the love

ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ତାଙ୍କ ସାଥୀ ବୁଚ ୱିଲମୋରଙ୍କର ଫେରିବା ଆଶା କ୍ଷୀଣ । ମହାକାଶରେ ୯ ମାସ ଧରି ଫସିଥିବା ସୁନୀତା ଏବଂ ୱିଲମୋର ଖୁବଶୀଘ୍ର ଫେରି ଆସିବା ନେଇ ଆଶା କରାଯାଉଥିଲା । ଦୁହିଁଙ୍କୁ ଫେରାଇ ଆଣିବାକୁ ଲଞ୍ଚ ହେବାକୁ ଥିବା ଆମେରିକା ସ୍ପେସ୍ ଏଜେନ୍ସିଂର ରକେଟ୍ ଫେଲ୍ ହୋଇଛି । ଲଞ୍ଚ ହେବାକୁ ମାତ୍ର ଗୋଟିଏ ଘଣ୍ଟା ପୂର୍ବରୁ ହାଇଡ୍ରୋଲିକ ସିଷ୍ଟମ ଫେଲ ହୋଇଯାଇଥିବାରୁ ରକେଟ୍ ଲଞ୍ଚକୁ ସ୍ଥଗିତ ରଖାଯାଇଛି । ଫଳରେ ସୁନୀତା ୱିଲିୟମ୍ସଙ୍କ ଫେରିବା ବିଳମ୍ବ ହେବ ।ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲମୋରଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଆଗ୍ରହୀ ଥିଲେ । ତେଣୁ ସ୍ପେସଏକ୍ସ ମାଲିକ ଏଲନ ମସ୍କଙ୍କୁ ବି ଦେଇଥିଲେ । ଟ୍ରମ୍ପ କିଛି ଦିନ ପୂର୍ବରୁ କହିଥିଲେ ଯେ, ବାଇଡେନ ସୁନୀତା, ୱିଲମୋରଙ୍କୁ ମହାକାଶରେ ଛାଡି ଦେଇଛନ୍ତି । ସେ ଏଲନ ମସ୍କଙ୍କ ସହ ଏ ବିଷୟରେ କଥା ହୋଇଛନ୍ତି ଶୀଘ୍ର ଫେରାଇ ଆଣିବାକୁ ଉଦ୍ୟମ କରିବେ ।

Leave a Reply

Your email address will not be published. Required fields are marked *