odisha

ବକେୟା ଦରମା ଦାବୀରେ ଆଉର୍ସୋସିଙ୍ଗ କର୍ମଚାରୀଙ୍କ ଧାରଣା

Spread the love

ଆଙ୍କର-ବକେୟା ଦରମା ଦାବୀରେ ଆଉର୍ସୋସିଙ୍ଗ କର୍ମଚାରୀଙ୍କ ଧାରଣା । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ ସାଇଁକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନ ରେ ଥିବା ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ଯରତ ଆଉର୍ସୋସିଙ୍ଗ କର୍ମଚାରୀଙ୍କୁ ଦୁଇ ମାସ ହେଲା ମିଳିନି ଦରମା ଏବଂ କୌଣସି ସହାୟତା । ଯାହାକୁ ନେଇ ସଫେଇ କର୍ମଚାରୀ ମାନେ ସାଇଁକୁଳ ମେଡିକାଲ ପରିସରରେ ଧାରଣାରେ ବସିଛନ୍ତି । କେବଳ ସ୍ୱାସ୍ଥ୍ୟ ସଫେଇ କର୍ମଚାରୀ ନୁହନ୍ତି ଠିକା ସଂସ୍ଥା ଅଧୀନରେ ଥିବା ଅନ୍ୟ ବିଭାଗ ର କର୍ମଚାରୀ ଙ୍କୁ ମଧ୍ୟ ମିଳୁନି ଦରମା ,ତେଣୁ ସେମାନେ ମଧ୍ୟ ଏହି ଧାରଣା କୁ ପୂର୍ଣ୍ଣ ସମର୍ଥନ କରିଛନ୍ତି।ଅଭିଯୋଗ ଅନୁଯାୟୀ ସେମାନଙ୍କୁ ସଠିକ ସମୟରେ ଦରମା ମିଳୁନଥିବା ବେଳେ ସଫେଇ କାମ ପାଇଁ ଆବଶ୍ୟକ ସାମଗ୍ରୀ ମଧ୍ୟ ଦିଆ ଯାଉନାହିଁ, ଯାହାକୁ ନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ଫଳ ମିଳୁନାହିଁ। ଅନ୍ୟପଟେ ମେଡିକାଲ ସୁପରିଟେଡେଣ୍ଟ ଧାରଣାରତ ସଫେଇ କର୍ମଚାରୀ ମାନଙ୍କୂ ବୂଝାସୂଝ କରିବା ସହ ଯଥା ଶିଘ୍ର ବକେୟା ଦରମା ପ୍ରଦାନ ପାଇଁ ସମ୍ପୃକ୍ତ ଠିକା ସଂସ୍ଥା କୁ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *