ରାଜ୍ୟ

କୋଷ୍ଟଗାର୍ଡ ଅଫିସର୍ ପ୍ରଗତି କୁମାରଙ୍କୁ ମିଳିଲା ସାହାସିକତା ପୁରସ୍କାର

Spread the love

ଆରବ ସାଗରରେ ଚାଲିଥିଲା ଭୟଙ୍କର ବାତ୍ୟା । ଆଉ ଏହି ବାତ୍ୟା ସମୟରେ ଏକ ଜାହାଜରେ ସଙ୍କଟାପନ୍ନ ଭାବେ ଫସି ରହିଥିଲେ ୧୬ ଜଣ ଯାତ୍ରୀ । ଭୟଙ୍କର ବାତ୍ୟାରେ ମଧ୍ୟ ୧୬ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ଯୋଗୁଁ ପ୍ରଗତି କୁମାରଙ୍କୁ ମିଳିଛି ସାହାସିକତାର ସର୍ବୋଚ୍ଚ ସମ୍ମାନ ।ପ୍ରଗତି କୁମାର ୨୦୦୮ ମସିହାରେ କୋଷ୍ଟ ଗାର୍ଡ଼ରେ ଯୋଗ ଦେଇଥିଲେ । କୋଷ୍ଟଗାର୍ଡ଼ର ଅଧିକାରୀ ଭାବେ କାମ କରୁଥିବା ବେଳେ ୨୦୨୧ ମସିହା ଜୁନ୍‌ ମାସ ୧୭ ତାରିଖରେ ଆରବ ସାଗରରେ ଦେଖିବାକୁ ମିଳିଥିବା ଭୟଙ୍କର ବାତ୍ୟା ।ଆଉ ଏହି ବାତ୍ୟା ସମୟରେ ସମୁଦ୍ରର ଅତଳ ଜଳରାଶି ମଧ୍ୟରେ ଏକ ବଡ଼ ଜାହାଜ ଫସି ରହିଥିଲା । ଏହି ଜାହାଜରେ ଫସି ରହିଥିବା ମୋଟ ୧୦୩ ଜଣ ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ କୋଷ୍ଟ ଗାର୍ଡ଼ ପକ୍ଷରୁ ହୋଇଥିଲା ଅପରେସନ୍‌ ଦମନ । ଏହି ଅପରେସନ ଜରିଆରେ କିଛି ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୧୬ ଜଣ ସଙ୍କଟାପନ୍ନ ଭାବେ ଜାହାଜ ମଧ୍ୟରେ ରହିଥିଲେ । ଏହି ସମୟରେ ନିଜର ସାହାସିକତାର ପ୍ରମାଣ ଦେଇ କିଭଳି ୧୬ ଜଣଙ୍କୁ ଉଦ୍ଧାର କରାଯାଇପାରିବ ସେ ନେଇ ଯୋଜନା କରିଥିଲେ ପ୍ରଗତି କୁମାର ।

ଯୋଜନା ମୁତାବକ ୧୬ ଜଣଙ୍କୁ ସମ୍ପୃକ୍ତ ଜାହାଜ ମଧ୍ୟରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ଯାହାଫଳରେ ସେହି ୧୬ ଜଣ ଯାତ୍ରୀ ଏକ ନୂଆ ଜୀବନ ପାଇଥିଲେ । ଆଉ ଏଭଳି ସାହାସିକତା ପାଇଁ ପ୍ରଗତିଙ୍କୁ ଦେଶର ସମ୍ମାନଜନକ ତଟରକ୍ଷକ-ଗ୍ୟାଲେଣ୍ଟ୍ରି ସମ୍ମାନରେ ସମ୍ମାନିତ କରିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏଭଳି ସମ୍ମାନ ପାଇବା ପରେ ବେଶ ଖୁସଥିବା ବେଳେ ଆଗାମୀ ଦିନରେ ଆହୁରି ଅଧିକ ଦେଶ ସେବା ତଥା ସାହାସିକତାର ସହିତ ନିଜର କର୍ତ୍ତବ୍ୟକୁ ପାଳନ କରିବା ନିମନ୍ତେ ଉତ୍ସାହ ଆସିବ ବୋଲି କହିଛନ୍ତି ଏ.ପ୍ରଗତି କୁମାର ।

Leave a Reply

Your email address will not be published. Required fields are marked *