ରାଜ୍ୟ

ଅନଲାଇନ ଗେମ୍ ଖେଳି ଜିତିଲେ ତିନି କୋଟି ଟଙ୍କା ଓ ଗୋଟିଏ ମହିନ୍ଦ୍ରା ଥାର୍

Spread the love

କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଥାନା ଅନ୍ତର୍ଗତ ଚମକପୁର କ୍ଷେତ୍ରର ରେଭେନସାପୁର ଗାଁର ୨୯ ବର୍ଷିୟ ଯୁବକ ଗୁରୁଚରଣ ଜମୁଦା ।  ରାତା ରାତି ଗୁରୁଚରଣଙ୍କ ଭାଗ୍ୟ ବଦଳି ଯାଇଛି । ଗୁରୁଚରଣ ଅନଲାଇନ୍ ଗେମ୍ ଖେଳିଥିଲେ । ଆଉ ମାତ୍ର ୪୯ ଟଙ୍କା ଲଗାଇ ତିନି କୋଟି ଟଙ୍କାର ଜ୍ୟାକପଟ୍ ପାଇଛନ୍ତି । ଖାଲି ଏତିକି ନୁହେଁ ଗୁରୁଚରଣଙ୍କୁ ତିନି କୋଟି ଟଙ୍କା ସହ ଏକ ମହିନ୍ଦ୍ରା ଥାର୍ ମିଳିବ । ଜ୍ୟାକପଟ୍ ଲାଗିବା ପରେ ମୁମ୍ବାଇରୁ ଅନଲାଇନ୍ ଆପ୍ ର ମ୍ୟାନେଜର ଗୁରୁଚରଣଙ୍କୁ ଫୋନ ଓ ଇମେଲ ଦ୍ଵାରା ଅଭିନନ୍ଦନ ଜଣାଇବା ସହ ଜ୍ୟାକପଟ୍ ଜିତିବା ଖବର ମଧ୍ୟ ଦେଇଛନ୍ତି । ଖବର ପାଇ ଗୁରୁଚରଣଙ୍କ ପରିବାର ଓ ଗାଁରେ ଖୁସିର ଲହରୀ ଖେଳିଯାଇଛି । ମୋବାଇଲରେ ତିନି କୋଟି ଟଙ୍କା ଆସିଥିବା ଦେଖି ଏବେ ଗୁରୁଚରଣଙ୍କ ଖୁସି କହିଲେ ନସରେ । ଜ୍ୟାକପଟ୍ ଲାଗିଥିବା ଖୁସିରେ ସପରିବାର ପାରମ୍ପରିକ ଆଦିବାସୀ ନୃତ୍ୟ ଓ କେକ୍ କାଟିଥିଲେ । ଖବର ପାଇ ଗାଁ ଲୋକେ ଗୁରୁଚରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *