ଆନ୍ତର୍ଜାତୀୟ

ଦୈନିକ ଜୀବନଶୈଳୀକୁ କ୍ଳାଉଡ୍‌ରେ ସେଭ୍‌ କରିବ ଏଆଇ

Spread the love

ସାନ୍‌ ଫ୍ରାନ୍‌ସିସ୍କୋ ସ୍ଥିତ ଜଣେ ଭାରତୀୟ ବଂଶୋଦ୍ଭବ ବୈଷୟିକ ବିଶେଷଜ୍ଞ ଏଆଇର ଉପଯୋଗ ମାଧ୍ୟମରେ ଏମିତି ଏକ ଡିଭାଇସ ବିକଶିତ କରିଛନ୍ତି, ଯାହାକି ଆପଣଙ୍କ ଜୀବନର ପ୍ରତିଟି ମିନିଟ୍‌ର କାର୍ଯ୍ୟକଳାପକୁ ସେଭ୍‌ କରି ରଖିବ। ଏହି ଡିଭାଇସର ନାଁ ‘ଆଇରିସ୍‌’ | ଆଇରିସ୍ ହେଉଛି ଏକ ଗୋଲାକାର ଆକୃତିର ଲକେଟ୍‌ ଭଳି, ଏହାର ମଝିରେ ଏକ ବୃତ୍ତାକାର ଆକୃତିର କ୍ୟାମେରା ଲାଗିଛି। ଏହି ଉପକରଣଟିକୁ ଆପଣ ବେକରେ ପିନ୍ଧିପାରିବେ।

ଅଦୈତ ପାଲିୱାଲ ଙ୍କ ସୂଚନା ଅନୁସାରେ , ଆଇରିସ୍‌ କେବଳ ଆପଣଙ୍କ ଜୀବନର ପ୍ରତି ମିନିଟକୁ ସେଭ୍‌ କରିବନି ବରଂ ଗୁରୁତ୍ବପୂର୍ଣ୍ଣ ମୁହୁର୍ତ୍ତର ଫଟୋରେ ମଧ୍ୟ କ୍ୟାପ୍‌ସନ୍‌ ଦେବ।
‘ଆଇରିସ୍‌ରେ ଏକ ଫୋକସ୍ ମୋଡ୍‌ ରହିଛି, ଏହାକୁ ବ୍ୟବହାର କରୁଥିବା ବ୍ୟକ୍ତି ଯଦି କୌଣସି କଥାକୁ ଭୁଲି ଯାଆନ୍ତି, ତେବେ ଏହି ଡିଭାଇସ୍‌ ତମାମ ଘଟଣାବଳୀକୁ ମନେପକାଇଦେବ। ରୋଗୀମାନଙ୍କ ଦୈନନ୍ଦିନ ଅଭ୍ୟାସ ବୁଝିବା, କର୍ମକ୍ଷେତ୍ରରେ ସୁରକ୍ଷା ପ୍ରୋଟୋକଲଗୁଡିକର ପାଳନକୁ ସୁନିଶ୍ଚିତ କରିବା ଏବଂ ବୃଦ୍ଧ ରୋଗୀମାନଙ୍କୁ ନିରବଚ୍ଛିନ୍ନ ଭାବରେ ନଜର ରଖିବା ପାଇଁ ଏହି ଉପକରଣକୁ ଡାକ୍ତରମାନେ ବ୍ୟବହାର କରିପାରିବେ।

ପାଲିୱାଲ ଏକ ବ୍ଲଗ୍ ପୋଷ୍ଟରେ କହିଛନ୍ତି ଯେ ଆଇରିସ୍ ର ଡିଜାଇନ୍ ଖରାପ ଦୃଷ୍ଟିର ପ୍ରଭାବରୁ ରକ୍ଷା ପାଇଁ ବ୍ୟବହୃତ କୌଣସି ରତ୍ନ ଦ୍ୱାରା ଅନୁପ୍ରାଣିତ ହୋଇଛି, ଯାହା ଲାଟିନ୍ ଆମେରିକାର ବିଭିନ୍ନ ଦେଶରେ ଏବଂ ଭାରତର ବିଭିନ୍ନ ରାଜ୍ୟରେ ହଜାର ହଜାର ବର୍ଷ ଧରି ବ୍ୟବହୃତ ହୋଇଆସୁଛି, ଯେଉଁଠାରେ ଲୋକମାନେ ଏହାକୁ ବ୍ୟବହାର କରନ୍ତି।

ଯଦିଓ ଆଇରିସ୍ ମେମୋରୀ ଏବଂ ଧ୍ୟାନ ପାଇଁ ଯଥେଷ୍ଟ ଲାଭ ପ୍ରଦାନ କରେ, ପାଲିୱାଲ୍ ସ୍ୱୀକାର କରିଛନ୍ତି ଯେ, ଏହା ଗୋପନୀୟ ଚିନ୍ତାଧାରାକୁ ମଧ୍ୟ ଅଧ୍ୟୟନ କରିପାରେ । ତେବେ ଡିଭାଇସ୍ କିପରି ବ୍ୟବହାର କରାଯିବ ତାହା ନିଷ୍ପତ୍ତି ଶେଷରେ ଉପଭୋକ୍ତାଙ୍କ ଉପରେ ନିର୍ଭର କରେ ବୋଲି ସେ ଜୋର ଦେଇଛନ୍ତି। ସେ କହିଛନ୍ତି, “ଏହାର ଉଭୟ ଭଲ ଏବଂ ଖରାପ ଦିଗ ଅଛି। ଗୋଟିଏ ପଟେ ଆଇରିସ୍ ମେମୋରୀ ସମସ୍ୟାରେ ପୀଡ଼ିତ ଅର୍ଥାତ୍ରା ଖୁବଶୀଘ୍ର ସବୁ କଥା ଭୁଲିଯାଉ‌ଥିବା ଲୋକଙ୍କୁ ସାହାଯ୍ୟ କରିବାରେ ସହାୟକ ହେବ ସହିତ ଅନ୍ୟପକ୍ଷରେ ଏହା ଆମର ଗୋପନୀୟତା ଏବଂ ଏହି ରେକର୍ଡିଂର ବ୍ୟବହାରକୁ ମଧ୍ୟ ଚିନ୍ତା ବଢ଼ାଇଥାଏ।

Leave a Reply

Your email address will not be published. Required fields are marked *