କ୍ରୀଡା

ଏଫ୍‌ଆଇଜି ବିଶ୍ବ ଚ୍ୟାଲେଞ୍ଜ୍‌ କପ୍‌ରେ ଭାଗନେବେ ଓଡ଼ିଆ ପୁଅ ରାକେଶ କୁମାର ପାତ୍ର

Spread the love

ହଙ୍ଗେରୀର ସୋମ୍ବାଥେରେ ଅକ୍ଟୋବର ୪ରୁ ୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏଫ୍‌ଆଇଜି ବିଶ୍ବ ଚ୍ୟାଲେଞ୍ଜ କପ୍‌ ପୁରୁଷ ଆର୍ଟିଷ୍ଟିକ୍‌ ଜିମ୍ନାଷ୍ଟିକ୍ସରେ ଅଂଶଗ୍ରହଣ କରିବେ ଓଡ଼ିଆ ପୁଅ ରାକେଶ କୁମାର ପାତ୍ର। ଏଥିପାଇଁ ଓଡ଼ିଶା ଜିମ୍ନାଷ୍ଟିକ୍ସ ସଂଘ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ ସହ ସଫଳତା କାମନା କରାଯାଇଛି।ରାକେଶ ହେଉଛନ୍ତି ଓଡିଶାର ଜଣେ ପ୍ରଖ୍ୟାତ ଜିମ୍ନାଷ୍ଟ ଯିଏକି କ୍ରମାଗତ ଭାବରେ ପ୍ରାୟ ଦୁଇ ଦଶନ୍ଧି ଧରି ଅନ୍ତର୍ଜାତୀୟସ୍ତରରେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି।

ଏହି ସମ୍ମାନଜନକ ଇଭେଣ୍ଟରେ ପୃଥିବୀର ବିଭିନ୍ନ ସ୍ଥାନରୁ ଆଥଲେଟ୍‌ମାନେ ପ୍ରତିଦ୍ୱନ୍ଦ୍ୱିତା କରିବେ ଏବଂ ଏହା ଆମ ରାଜ୍ୟ ପାଇଁ ଗର୍ବ ଓ ଗୌରବ | ଓଡ଼ିଶା ଜମ୍ନାଷ୍ଟିକ୍ସ ସଂଘ ସମ୍ପାଦକ ଅଶୋକ ସାହୁ , ରାଜ୍ୟ ସଂଘ ସଭାପତି ସମୀର ଦେ, ଓଡ଼ିଶା ଫୁଟ୍‌ବଲ୍‌ ସଂଘ ସମ୍ପାଦକ ଆଶୀର୍ବାଦ ବେହେରା, ଓଡ଼ିଶା ଅଲିମ୍ପିକ୍‌ ସଂଘ ସମ୍ପାଦକ ଅଭିଜିତ ପାଲ୍‌ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *