କଣ୍ଢେଇ ତିଆରି କରି ଚଳାଉଛନ୍ତି ପରିବାର ସୁଭଦ୍ରା ଯୋଜନା ଟଙ୍କାକୁ ନେଇ ଆରମ୍ଭ କରିଛନ୍ତି ଚିତ୍ରକଳା କାମ।
ପୁରୀ: ମିଳିଲା ସୁଭଦ୍ରା ଯୋଜନା ଟଙ୍କା। ଆଉ ସେହି ଟଙ୍କାକୁ ଚିତ୍ରକଳା କାମରେ ଲଗାଇଛନ୍ତି ମହିଳା। ଆମେ ଆଜି ଆସି ପହଞ୍ଚିଛୁ ପୁରୀ ରଘୁରାଜପୁର ଗ୍ରାମରେ। ଯେଉଁ ଗ୍ରାମରେ କିଛି ମହିଳା ସୁଭଦ୍ରା ଯୋଜନା ଟଙ୍କାକୁ ନେଇ ଆରମ୍ଭ କରିଛନ୍ତି ଚିତ୍ରକଳା କାମ। ରଘୁରାଜପୁର ଗ୍ରାମର ମହିଳା କନକ ମହାରଣା କୁହନ୍ତି ତାଙ୍କୁ ସୁଭଦ୍ରା ଯୋଜନାରେ ୪୯୯୯ ଆସିଲା। ଆଉ ସେ ଏହି ଟଙ୍କାକୁ ଅପେକ୍ଷା କରିଥିଲେ। ଯାହା ଆସିଲା ସେଥିରେ ମାଟି, କାଗଜ, ପୁଟି ଓ ରଙ୍ଗ କିଣି ନିର୍ମାଣ କରୁଛନ୍ତି କଣ୍ଢେଇ। ଆଉ ସେଥିରେ ହିଁ ଚଳିଯାଉଛି ପରିବାର। ଯଦି ଏକା ସାଙ୍ଗରେ ମିଳିଥାନ୍ତା ତେବେ କିଛି ଗୋଟିଏ ଅଧିକ କରି ପାରି ଥାଆନ୍ତେ ବୋଲି ସେ କହିଥିଲେ। ତେବେ ଆଗକୁ ପର୍ଯ୍ୟାୟ କ୍ରମେ ଟଙ୍କା ଆସିଲେ ତାକୁ କାର୍ଯ୍ୟରେ ଲଗାଇପାରିବେ ବୋଲି ପ୍ରକାଶ କରିଛନ୍ତି
