ଦେଶ ବିଦେଶ

ନେପାଳରେ ଭୂସ୍ଖଳନ ଓ ବର୍ଷା ବିତ୍ପାତ

Spread the love

ନେପାଳରେ ଲଗାଣ ବର୍ଷା ଯୋଗୁ ଦେଶର ପୂର୍ବ ପ୍ରାନ୍ତରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସେହିପରି ବିଭିନ୍ନ ସ୍ଥାନରେ ଭୂସ୍ଖଳନ ମଧ୍ୟ ଦେଖିବାକୁ ମିଳିଛି । ପ୍ରାଶାସନିକ ଅଧିକାରୀଙ୍କ ସୂଚନା ଅନୁଯାୟୀ, ପୂର୍ବ ନେପାଳରେ ବନ୍ୟା ଓ ଭୂସ୍ଖଳନ ଯୋଗୁ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୮ରୁ ଅଧିକ ଲୋକ ନିଖୋଜ ହୋଇଯାଇଛନ୍ତି । କାଶି ପ୍ରାନ୍ତରେ ଶନିବାର ୪ ଜିଲ୍ଲାରେ ସଂଧ୍ୟା ସୁଧା ୫ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ ରିପୋର୍ଟ ହୋଇଛି । କାଶି ପ୍ରାନ୍ତରେ ମୌସୁମୀ ପାଇଁ ପ୍ରବଳ ବର୍ଷା ହୋଇଛି । ଲଗାଣ ବର୍ଷା ଯୋଗୁ ଅଧିକାଂଶ ଜିଲ୍ଲାରେ ନଦୀ ଗୁଡ଼ିକ ଫୁଲିଛି। ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଅନେକ ଗାଁ ଜଳମଗ୍ନ ହୋଇଛି । ଜତୀୟ ଜରୁରୀକାଳୀନ ସଂସ୍ଥା ଲୋକଙ୍କୁ ଉଦ୍ଧାର କରିବାରେ ଲାଗିପଡ଼ିଛନ୍ତି । ପୋଲିସ ରିପୋର୍ଟ ମୁତାବକ, ପଞ୍ଚଥରରେ ୨ଜଣଙ୍କ ମୃତ୍ୟୁ ହୋଇଛି, ସେହିପରି ତାପ୍ଲେଜଙ୍ଗ, ଶଙ୍ଖୁବାସଭା ଏବଂ ଧାନୁକ୍ତାରେ ଜଣେ ଲେଖାଏଁ ଲୋକଙ୍କ ମୃତ୍ୟୁ ହୋଇଛି। ଶଙ୍ଖୁବାସଭା ପ୍ରାୟ ୨୧ଜଣ, ପଞ୍ଚଥରରେ ୪ଜଣ, ତାପ୍ଲେଜଙ୍ଗରେ ୩ଜଣ ନିଖୋଜ ହୋଇଯାଇଛନ୍ତି । ତାଙ୍କୁ ରେସକ୍ୟୁ ଟିମ୍ ଉଦ୍ଧାର କରିବା ପାଇଁ ଖୋଜାଖୋଜି ଆରମ୍ଭ କରିଛି । ଗତ ସପ୍ତହରେ ପ୍ରାକ୍ ମୌସୁମୀ ବର୍ଷା ନେପାଳରେ ଆରମ୍ଭ ହୋଇଛି। ଏହା ସାତ ଦିନ ମଧ୍ୟରେ ପୁରା ଦେଶରେ ପ୍ରବେଶ କରିଛି । ଫଳରେ ପ୍ରବଳ ବର୍ଷା ଯୋଗୁ ଦେଶରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଅନେକ ସ୍ଥାନ ଜଳମଗ୍ନ ହୋଇଛି ।

Leave a Reply

Your email address will not be published. Required fields are marked *