ବିଚିତ୍ରପୁର ନାଳରୁ ଧରା ପଡ଼ିଲା ବଉଳା କୁମ୍ଭୀର
ବିଚିତ୍ରପୁର ନାଳରୁ ଧରା ପଡ଼ିଲା ବଉଳା କୁମ୍ଭୀର। ଯାହାର ଲମ୍ବ ୭ ଫୁଟ ୬ ଇଞ୍ଚ ବୋଲି ଜଣା ପଡିଛି। ବାତ୍ୟା ‘ଦାନା’ ପ୍ରଭାବରେ ଭିତରକନିକାରୁ ପଳେଇ ଆସିବା ନେଇ ସନ୍ଦେହ କରାଯାଉଥିଲା।ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ବିଚିତ୍ରପୁର ବେଳାଭୂମିରେ କୁମ୍ଭୀର ଠାବ ହେବା ପରେ ଲୋକେ ଭୟଭୀତ ହୋଇ ରହିଥିଲେ।ଏହାକୁ ନେଇ ଉପକୂଳବର୍ତ୍ତୀ ଅଞ୍ଚଳରେ ବନବିଭାଗ ପକ୍ଷରୁ ସଚେତନତା କରାଯାଇଥିଲା। କୁମ୍ଭୀରଟିକୁ ଧରିବା ପାଇଁ ରାତିରେ ସମୁଦ୍ରକୁ ଲାଗିଥିବା ନାଳ ଭିତରେ ବନବିଭାଗର ଏକ ସ୍ୱତନ୍ତ୍ର ଟିମ୍ ପେଟ୍ରୋଲିଙ୍ଗ କରିଥିଲା।ତେବେ ବନ ବିଭାଗର ଅକ୍ଲାନ୍ତ ପରିଶ୍ରମ ପରେ ପ୍ରାୟ ରାତି ୧ଟାରେ ଧରା ପଡ଼ିଛି ।ଧରା ପଡ଼ିବା ପରେ ବନ ବିଭାଗ କୁମ୍ଭୀରଟିକୁ ଭିତରକନିକାରେ ଛଡ଼ା ଯାଇଛି ବୋଲି ସୂଚନା ଦେଇଛନ୍ତି।
