ଅନୁଗୁଳରେ କଲରାପତରିଆ ଗଣନା
ମହାବଳ ପରେ ଏବେ ବିଭିନ୍ନ ସ୍ଥାନରେ କଲରାପତରିଆ ବାଘ ଶିକାର କରାଯାଉଛି। ଚଳିତବର୍ଷ ଅନୁଗୁଳ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଏକାଧିକ କଲରାପତରିଆ ଚମଡ଼ା ଜବତ ଘଟଣା ଏହାର ଜ୍ବଳନ୍ତ ଦୃଷ୍ଟାନ୍ତ। ତେବେ ମହାବଳ ପରେ କଲରାପତରିଆଙ୍କ ଜୀବନ ପ୍ରତି ବିପଦ ଥିବାରୁ ଏହି ପ୍ରଜାତି ବାଘଙ୍କ ଗଣନା କାର୍ଯ୍ୟ ଆରମ୍ଭ କରାଯାଇଛି। ଏଥିପାଇଁ ଅନୁଗୁଳ ବନଖଣ୍ଡ ସମେତ ସାତକୋଶିଆ ଅଭୟାରଣ୍ୟରେ ବହୁ କ୍ୟାମେରା ଲଗାଯାଇଛି। ଫଳରେ ଜଙ୍ଗଲରେ ଏମାନଙ୍କ ସଂଖ୍ୟା କେତେ ରହିଛି, ତାହା ସ୍ପଷ୍ଟ ହୋଇପାରିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।

